ପନୀର ବିରିୟାନୀରେ ମିଳିଲା ଚିକେନ ଖଣ୍ଡ, ଯୁବକ ଅଭିଯୋଗ କରିବା ପରେ କମ୍ପାନୀ ଦେଲା ଏଭଳି ପ୍ରତିକ୍ରିୟା

ପଙ୍କଜ ଶୁକ୍ଲା ନାମକ ଜଣେ ବ୍ୟକ୍ତି ଏକ୍ସରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘PK Biryani House’ କରେଓ୍ଵ ନଗର, ପୁନେ, ମହାରାଷ୍ଟ୍ରରୁ ପନୀର ବିରିୟାନୀ ଅର୍ଡର ଦେଇଥିଲେ । ଏଥିରେ ମୋତେ ଏକ ଚିକେନ ଖଣ୍ଡ ମିଳିଥିଲା । ଯେହେତୁ ମୁଁ ଶାକାହାରୀ ଆଉ ଏହାକୁ ନେଇ ଅଭିଯୋଗ କରିବା ପରେ ରିଫଣ୍ଡ ମିଳିଥିଲା । କିନ୍ତୁ ମୁଁ ଜଣେ ଧାର୍ମିକ ବ୍ୟକ୍ତି, ତେଣୁ ମୋ ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଛି ।

ଫୁଡ୍‌ ଡେଲିଭରୀ ଆପ୍‌ରୁ ଅର୍ଡର କରୁଥିଲେ ସାବଧାନ ହୋଇଯାଆନ୍ତୁ । ଆପଣ ଯଦି ନିରାମିଷ ଖାଦ୍ୟ ଖାଉଛନ୍ତି ତେବେ କେବେ ବି ଅର୍ଡର କରନ୍ତୁ ନାହିଁ । କାରଣ ଆପଣ ଅର୍ଡର କରିଥିବା ନିରାମିଷ ଖାଦ୍ୟରେ ଆମିଷ ମିଶିଥାଇପାରେ । ଜଣେ ମହିଳା ପନୀର ସାଣ୍ଡଓ୍ଵିଚ ଅର୍ଡର କରିଥିବା ବେଳେ ଚିକେନ ସାଣ୍ଡଓ୍ଵିଚ ମିଳିଥିଲା । ଏହି ଘଟଣା ପରେ ଏବେ ଆଉ ଜଣେ ବ୍ୟକ୍ତି ଏଭଳି ଶିକାର ହୋଇଛନ୍ତି । ଏହା ଧାର୍ମିକ ଭାବନାକୁ ଆହତ କରୁଛି ବୋଲି ବ୍ୟକ୍ତି ଜଣକ କହିଛନ୍ତି ।

ପଙ୍କଜ ଶୁକ୍ଲା ନାମକ ଜଣେ ବ୍ୟକ୍ତି ଏକ୍ସରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘PK Biryani House’ କରେଓ୍ଵ ନଗର, ପୁନେ, ମହାରାଷ୍ଟ୍ରରୁ ପନୀର ବିରିୟାନୀ ଅର୍ଡର ଦେଇଥିଲେ । ଏଥିରେ ମୋତେ ଏକ ଚିକେନ ଖଣ୍ଡ ମିଳିଥିଲା । ଯେହେତୁ ମୁଁ ଶାକାହାରୀ ଆଉ ଏହାକୁ ନେଇ ଅଭିଯୋଗ କରିବା ପରେ ରିଫଣ୍ଡ ମିଳିଥିଲା । କିନ୍ତୁ ମୁଁ ଜଣେ ଧାର୍ମିକ ବ୍ୟକ୍ତି, ତେଣୁ ମୋ ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଛି ।

ଏହି ଘଟଣାକୁ ନେଇ ଫୁଡ ଡେଲିଭରୀ ଆପ୍‌ ପ୍ରତିକ୍ରିୟା ଦେଇଛି । ଆପ୍‌ ପକ୍ଷରୁ କୁହାଯାଇଛି କି, ଆମର ସର୍ବପ୍ରଥମ ପ୍ରାଥମିକତା ହେଉଛି କି, ଆମେ ଆପଣଙ୍କ ଭାବନାକୁ କୌଣସି ପ୍ରକାରରେ ଆଘାତ କରିବାକୁ ଚେଷ୍ଟା କରିନାହୁଁ । ଦୟାକରି ନିଜର ଅର୍ଡର ଆଇଡି ଏବଂ ଫୋନ ନମ୍ବର ମେସେଜ କରନ୍ତୁ, ଆମେ ଏହାର ଯାଞ୍ଚ କରିବୁ ।

ତେବେ ଏହା ସୋସିଆଲ ମିଡିଆରେ ଭାଇରଲ ହେବା ପରେ ୟୁଜର୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି । କିଛି କହିଛନ୍ତି. ଆପଣ କେବଳ ଶୁଦ୍ଧ ଶାକାହାରୀ ଜିନିଷ କିଣନ୍ତୁ । ନିରାମିଷ ଓ ଆମିଷ ଦେଉଥିବା ଖାଦ୍ୟ ଡେଲିଭରୀ ଆପରୁ କିଣନ୍ତୁ ନାହିଁ । ଅନ୍ୟମାନେ କହିଛନ୍ତି, ଆପଣ କ’ଣ ପାଇଁ ଆମିଷ ସ୍ଥାନରୁ ଖାଦ୍ୟ କିଣୁଛନ୍ତି । ତେବେ ଏହି ପୋଷ୍ଟରେ ଏୟାର ଇଣ୍ଡିଆ ମଧ୍ୟ କମେଣ୍ଟ କରିଛି ।