ଦେଶ ବିଦେଶ

ପୁଣେ ପୋର୍ସେ କାର ଦୁର୍ଘଟଣା : ଅଭିଯୁକ୍ତ ନାବାଳକର ଜେଜେ ଗିରଫ, ଡ୍ରାଇଭର କରିଥିଲେ ଅଭିଯୋଗ

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲାରେ ନାବାଳକ ଅଭିଯୁକ୍ତର ଜେଜେ ସୁରେନ୍ଦ୍ର ଅଗ୍ରଓ୍ଵାଲଙ୍କୁ ପୋଲିସ ଗିରଫ କରିଛି ।  ପୋଲିସ କହିବା ମୁତାବକ, ଅଭିଯୁକ୍ତ ନାବାଳକର ଜେଜେ ସୁରେନ୍ଦ୍ର ଅଗ୍ରଓ୍ଵାଲ ଡ୍ରାଇଭରକୁ ଧମକାଇବା ସହିତ ଘରକୁ ଯିବାକୁ ଦେଇନଥିଲେ । ଡ୍ରାଇଭର ସୁରେନ୍ଦ୍ରଙ୍କ ନାମରେ ପୋଲିସରେ ଅଭିଯୋଗ କରିଥିଲେ । ଫଳରେ ସୁରେନ୍ଦ୍ରଙ୍କ ନାମରେ ଅପହରଣ କରିଥିବା ଚାର୍ଜ ଲାଗିଛି । ଆଇପିସି ଧାରା ୩୬୫, ୩୬୬ ଏବଂ ଅନ୍ୟ ଆକ୍ଟ ଅନୁସାରେ ମକଦ୍ଦମା ଜାରି କରାଯିବ । ଏହାପୂର୍ବରୁ ନାବାଳକ ବାପା ବିଶାଲ ଅଗ୍ରଓ୍ଵାଲଙ୍କୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ଏହି ମାମଲାରେ ଅନ୍ୟ ୫ ଜଣ ଅଭିଯୁକ୍ତକୁ ମଧ୍ୟ ନ୍ୟାୟିକ ହେପାଜତକୁ ପଠାଯାଇଛି । ସମସ୍ତ ଅଭିଯୁକ୍ତଙ୍କ ପୋଲିସ ରିମାଣ୍ଡ ସରିବା ପରେ ପୁଣିଥରେ କୋର୍ଟରେ ହାଜର କରାଯିବ । ଏହି ସମୟରେ କୋର୍ଟ ସେମାନଙ୍କ ନ୍ୟାୟିକ ହେପାଜତକୁ ବଢାଇଦେଇଛନ୍ତି । ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ତେବେ ଦୁର୍ଘଟଣା ସମୟରେ ଡ୍ରାଇଭର ଗାଡି ଚଲାଉଥିଲା ବୋଲି ନାବାଳକ ପରିବାର ଲୋକ କହିଥିଲେ । ଯାହାପରେ ପଚରାଉଚରାରେ ଡ୍ରାଇଭର ମଧ୍ୟ ସତ ମାନିଥିଲେ । କିନ୍ତୁ ପରେ ପୋଲିସ ସିପି ଅମିତେଶ କୁମାର ପ୍ରେସ କନଫରେନ୍ସ କରି କାର ନାବାଳକ ଚଲାଉଥିବା କହିଥିଲେ ।

ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତି ୨.୩୦ରେ ବିଲ୍ଡର ବିଶାଲ ଅଗ୍ରଓ୍ୱାଲଙ୍କ ୧୭ ବର୍ଷୀୟ ପୁଅ ଦାମୀ ପୋର୍ସେ କାରରେ ଯାଉଥିଲେ । ଦ୍ବାଦଶରେ ପାସ୍ କରିଥିବାରୁ ଅଭିଯୁକ୍ତ ନିଜ ସାଙ୍ଗମାନଙ୍କ ସହ ପାର୍ଟି ଶେଷ କରି ୩ଜଣ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ । ଏହି ସମୟରେ ସେ ଦ୍ରୁତ ଗତିରେ କାର୍ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବତୀ ଜଣକ କିଛି ଫୁଟ ଉପରକୁ ଉଡିଯିବା ପରେ ଅନ୍ୟ ଏକ କାର୍ ଉପରେ ପଡିଥିଲେ । ସ୍ଥାନୀୟ ଲୋକେ ନାବାଳକ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସକୁ ଜିମା ଦେଇଥିଲେ ।

ପୋଲିସ କହିବା ମୁତାବକ, ପ୍ରଥମ ପବରେ ନିଜ ସାଙ୍ଗ ସହିତ ନାବାଳକ ଅଭିଯୁକ୍ତ ୧୦.୪୦ରେ ପହଞ୍ଚିଥିଲା । ହେଲେ ଏହି ପବ୍‌ ସର୍ଭିସ ବନ୍ଦ କରିଥିବାରୁ ଦ୍ୱିତୀୟ ପବ୍‌ ବ୍ଲାକ ମାରିଅଟରେ ୧୨.୧୦ରେ ପହଞ୍ଚିଥିଲା । ପବ୍‌ରେ ୪୮ ହଜାର ଟଙ୍କାର ବିଲ୍‌ ମିଳିଥିଲା । ଯାହାର ବିଲ୍‌ ନାବାଳକ ଜଣକ ଭରିଥିଲେ । ଅଭିଯୁକ୍ତ ନାବାଳକ ଜଣକ ସାଙ୍ଗମାନଙ୍କ ସହିତ ମିଶି ମଦ ପିଇଥିଲେ ।

ଦୁର୍ଘଟଣା ସମୟରେ ପୋର୍ସେ କାରର ବେଗ ଘଣ୍ଟାପ୍ରତି ୨୦ ୦କିଲୋମିଟର ଥିବା ବେଳେ ନିୟନ୍ତ୍ରଣ ହରାଇ ଅନୀସଙ୍କ ବାଇକକୁ ଧକ୍କା ଦେଇଥିଲା । ପଛରେ ବସିଥିବା ଅଶ୍ବିନୀ ୨୦ଫୁଟ ଉପରକୁ ଉଠି ତଳେ କଚାଡି ହୋଇ ପଡ଼ିବା ସହ ଅନୀସ କାରରେ ମାଡ଼ ହୋଇ ତଳେ ପଡ଼ିଥିଲେ । ଦୁର୍ଘଟଣା ପରେ ଲୋକେ ସାହାଯ୍ୟ ପାଇଁ ଆସିଥିଲେ ବି ସେତବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିଲା ।

Swagatika

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

19 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

21 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

27 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

36 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

36 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

54 mins ago