ପୁଣେ ପୋର୍ସେ କାଣ୍ଡ : ଅଭିଯୁକ୍ତ ନାବାଳକ ବାପା ଏବଂ ଜେଜେଙ୍କୁ ମିଳିଲା ଜାମିନ, ଲାଗିଥିଲା ଡ୍ରାଇଭରକୁ ଅପହରଣ କରିବା ଅଭିଯୋଗ

ପୁଣେର ବହୁଚର୍ଚ୍ଚିତ ପୋର୍ସେ କାର ଦୁର୍ଘଟଣା ମାମଲାରେ କୋର୍ଟ ଅଭିଯୁକ୍ତ ନାବାଳକର ବାପା ଏବଂ ଜେଜେଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସେମାନଙ୍କ ଉପରେ ନିଜ ଡ୍ରାଇଭର ଉପରେ ଜବରଦସ୍ତ ଦୁର୍ଘଟଣା ଦୋଷ ନେବାକୁ ଦାବି କରିବା ଏବଂ ଅପହରଣ ଅଭିଯୋଗ ରହିଥିଲା । କୋର୍ଟରେ ମାଜିଷ୍ଟ୍ରେଟ ଅଭିଯୁକ୍ତ ନାବାଳକ ବାପା ବିଶାଳ ଅଗ୍ରଓ୍ଵାଲ ଏବଂ ଜେେ ସୁରେନ୍ଦ୍ର ଅଗ୍ରଓ୍ଵାଲଙ୍କୁ ଜାମିନ ଦେଇଛନ୍ତି । ଏହା ପୂର୍ବରୁ ଅଭିଯୁକ୍ତ ନାବାଳକକୁ ରିମାଣ୍ଡ ହୋମରୁ ଜାମିନ ମିଳିଥିଲା । ବମ୍ବେ ହାଇକୋର୍ଟ ଅଭିଯୁକ୍ତକୁ ଜାମିନ ଦେଇଛନ୍ତି । କୋର୍ଟଙ୍କ ଆଦେଶ ଅନୁସାରେ ଅଭିଯୁକ୍ତ ନାବାଳକକୁ ପିଉସୀ ପାଖରେ ରହିବାକୁ ହେବ ।

ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି, ଅଭିଯୁକ୍ତ ନିଜ ଡ୍ରାଇଭର ଗଙ୍ଗାରାମ ଉପରେ ଘଟଣାରେ ଦାୟୀ ହେବାକୁ କହୁଥିଲେ । ଏହାପରେ ଡ୍ରାଇଭର ବୟାନ ଦେଇଥିଲା କି, ଘଟଣା ସମୟରେ କାର ସେ ଚଲାଉଥିଲେ । କିନ୍ତୁ ପୋଲିସ ପ୍ରମାଣ ଆଧାରରେ ଖୁଲାସା କରିଥିଲା କି, ପଇସା ଲାଳସାରେ ଡ୍ରାଇଭର ନିଜକୁ ଦୋଷୀ କରିଥିଲା ।

ସୂଚନାଯୋଗ୍ୟ, ୧୯ ମଇରେ ବିଳମ୍ବିତ ରାତି ୨.୩୦ରେ ପୁଣେ କଲ୍ୟାଣୀ ନଗରରେ ବିଲ୍ଡର ବିଶାଲ ଅଗ୍ରଓ୍ୱାଲଙ୍କ ୧୭ ବର୍ଷୀୟ ପୁଅ ଦାମୀ ପୋର୍ସେ କାରରେ ଯାଉଥିଲେ । ଦ୍ବାଦଶରେ ପାସ୍ କରିଥିବାରୁ ଅଭିଯୁକ୍ତ ନିଜ ସାଙ୍ଗମାନଙ୍କ ସହ ପାର୍ଟି ଶେଷ କରି ୩ଜଣ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ । ଏହି ସମୟରେ ସେ ଦ୍ରୁତ ଗତିରେ କାର୍ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବତୀ ଜଣକ କିଛି ଫୁଟ ଉପରକୁ ଉଡିଯିବା ପରେ ଅନ୍ୟ ଏକ କାର୍ ଉପରେ ପଡିଥିଲେ । ସ୍ଥାନୀୟ ଲୋକେ ନାବାଳକ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସକୁ ଜିମା ଦେଇଥିଲେ ।

ଦୁର୍ଘଟଣା ସମୟରେ ପୋର୍ସେ କାରର ବେଗ ଘଣ୍ଟାପ୍ରତି ୨୦ ୦କିଲୋମିଟର ଥିବା ବେଳେ ନିୟନ୍ତ୍ରଣ ହରାଇ ଅନୀସଙ୍କ ବାଇକକୁ ଧକ୍କା ଦେଇଥିଲା । ପଛରେ ବସିଥିବା ଅଶ୍ବିନୀ ୨୦ଫୁଟ ଉପରକୁ ଉଠି ତଳେ କଚାଡି ହୋଇ ପଡ଼ିବା ସହ ଅନୀସ କାରରେ ମାଡ଼ ହୋଇ ତଳେ ପଡ଼ିଥିଲେ । ଦୁର୍ଘଟଣା ପରେ ଲୋକେ ସାହାଯ୍ୟ ପାଇଁ ଆସିଥିଲେ ବି ସେତବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିଲା ।