ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା : ନାବାଳକ ପୁଅକୁ ଜାମିନ ମିଳିବା ପରେ ବିଲ୍ଡର ବାପା ଗିରଫ, ଘଟଣାରେ ୨ ଜଣଙ୍କର ହୋଇଥିଲା ମୃତ୍ୟୁ

ପୁଣେରେ ପୋର୍ସେ କାର ଦୁର୍ଘଟଣା ମାମଲାରେ ପୋଲିସ ଅଭିଯୁକ୍ତ ନାବାଳକର ବାପାଙ୍କୁ ଗିରଫ କରିଛି । ଗାଡିକୁ ନାବାଳକ ଚଲାଉଥିବା ବେଳେ ପୋଲିସ ନାବାଳକକୁ ଗିରଫ କରାଯାଇଥିଲା । କିନ୍ତୁ ମାତ୍ର ୧୫ ଘଣ୍ଟାରେ ତାକୁ ଜାମିନ ମିଳିବା ପରେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି ।

ମହାରାଷ୍ଟ୍ରର ପୁଣେରେ ପୋର୍ସେ କାର ଦୁର୍ଘଟଣା ମାମଲାରେ ପୋଲିସ ଅଭିଯୁକ୍ତ ନାବାଳକର ବାପାଙ୍କୁ ଗିରଫ କରିଛି । କାରଟି ବାଇକରେ ଯାଉଥିବା ଜଣେ ଯୁବକ ଯୁବତୀଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଗାଡିକୁ ନାବାଳକ ଚଲାଉଥିବା ବେଳେ ପୋଲିସ ନାବାଳକକୁ ଛାଡିବା ପରେ ବିଲଡର ବିଶାଲ ଅଗ୍ରଓ୍ଵାଲଙ୍କୁ ଗିରଫ କରିଛନ୍ତି । ତାଙ୍କୁ ସାମ୍ଭାଜୀନଗରରୁ ଗିରଫ କରାଯାଇଛି ।

ସୂଚନା ମୁତବାକ, ଅଭିଯୁକ୍ତର ବାପା ପୁଣେ ସହରର ଜଣେ ଜଣାଶୁଣା ବିଲ୍ଡର । ନିକଟରେ ସେ ଏକ ହୋଟେଲ ତିଆରି କରିବା ସହ ଏକ କ୍ଲବ ମଧ୍ୟ ଚଳାନ୍ତି । ଶନିବାର ବିଳମ୍ବିତ ରାତି ୨.୩୦ରେ ବିଲ୍ଡର ବିଶାଲ ଅଗ୍ରଓ୍ୱାଲଙ୍କ ୧୭ ବର୍ଷୀୟ ପୁଅ ଦାମୀ ପୋର୍ସେ କାରରେ ଯାଉଥିଲେ । ଦ୍ବାଦଶରେ ପାସ୍ କରିଥିବାରୁ ଅଭିଯୁକ୍ତ ନିଜ ସାଙ୍ଗମାନଙ୍କ ସହ ପାର୍ଟି ଶେଷ କରି ୩ଜଣ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ । ଏହି ସମୟରେ ସେ ଦ୍ରୁତ ଗତିରେ କାର୍ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲେ ।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବତୀ ଜଣକ କିଛି ଫୁଟ ଉପରକୁ ଉଡିଯିବା ପରେ ଅନ୍ୟ ଏକ କାର୍ ଉପରେ ପଡିଥିଲେ । ସ୍ଥାନୀୟ ଲୋକେ ନାବାଳକ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସକୁ ଜିମା ଦେଇଥିଲେ ।

ଦୁର୍ଘଟଣା ସମୟରେ ପୋର୍ସେ କାରର ବେଗ ଘଣ୍ଟାପ୍ରତି ୨୦ ୦କିଲୋମିଟର ଥିବା ବେଳେ ନିୟନ୍ତ୍ରଣ ହରାଇ ଅନୀସଙ୍କ ବାଇକକୁ ଧକ୍କା ଦେଇଥିଲା । ପଛରେ ବସିଥିବା ଅଶ୍ବିନୀ ୨୦ଫୁଟ ଉପରକୁ ଉଠି ତଳେ କଚାଡି ହୋଇ ପଡ଼ିବା ସହ ଅନୀସ କାରରେ ମାଡ଼ ହୋଇ ତଳେ ପଡ଼ିଥିଲେ । ଦୁର୍ଘଟଣା ପରେ ଲୋକେ ସାହାଯ୍ୟ ପାଇଁ ଆସିଥିଲେ ବି ସେତବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିଲା ।

ଏହି ଦୁର୍ଘଟଣାରେ ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି । ଏହି ଘଟଣା କଲ୍ୟାଣୀ ନଗରରେ ଘଟିଥିଲା । ତେବେ ଦୁର୍ଘଟଣା ପରେ ଅଭିଯୁକ୍ତ ନାବାଳକକୁ ଗିରଫ କରାଯାଇଥିଲା । କିନ୍ତୁ ମାତ୍ର ୧୫ ଘଣ୍ଟାରେ ତାକୁ ଜାମିନ ମିଳିବା ପରେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି । ଜୁଭେନାଇଲ ଜଷ୍ଟିସ୍ ଆକ୍ଟର ଧାରା ୭୫ ଏବଂ ୭୭ ଅନୁଯାୟୀ ପବ୍ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରାଯାଇଛି । ମୃତ ଯୁବକ ହେଉଛନ୍ତି ଅନୀସ ଅଓ୍ଵଲିୟା ଏବଂ ଅଶ୍ୱିନୀ କୋଷ୍ଟା । ଅଭିଯୁକ୍ତ ନାବାଳକ ୧୨ଶ ପରୀକ୍ଷା ଦେଇଥିବା ବେଳେ ପାର୍ଟି କରି ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।

You might also like