ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ କୁଢ଼ କୁଢ଼ ଆବର୍ଜନା ଦେଖି ଚଣ୍ଡିଗଡ଼ ମହାନଗର ନିଗମ ଟିମ କାଟିଲେ ୧୦ ହଜାର ଟଙ୍କାର ଚାଲାଣ

ଚଣ୍ଡୀଗଡ଼ : ଚଣ୍ଡୀଗଡ଼ ମହାନଗର ନିଗମ(ସିଏମସି) ଆଜି ଅର୍ଥାତ ଶନିବାର ଘର ଆଗରେ ଆବର୍ଜନା କୁଢ଼ ହେବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଘର ନାମରେ ୧୦ ହଜାର ଟଙ୍କାର ଚାଲାଣ କାଟିଛି । ତେବେ ଏହି ଚାଲାଣ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାଟାଲିୟନର ଜଣେ ପୁଲିସ ଅଧିକ୍ଷକ ହରଜିନ୍ଦର ସିଂହଙ୍କ ନାମରେ କଟାଯାଇଛି । ଚାଲାଣରେ ଘରର ଠିକଣା ହାଉସ ନମ୍ବର ୭, ସେକ୍ଟର ୨, ଚଣ୍ଡୀଗଡ଼ ବୋଲି ଲେଖାଅଛି । ଯାହାକି ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କ ଘର ନମ୍ବର ବୋଲି ଜଣାଯାଇଛି ।

ଏହି ଘର ପଛରେ ଆବର୍ଜନା ପକା ଯାଉଥିବାର ଅଭିଯୋଗ ବହୁବାର ହୋଇଥିଲା। ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ କରିବା ପରେ ମଧ୍ୟ ଆବର୍ଜନା ପକାଇବା ବନ୍ଦ ହୋଇ ନଥିଲା ବୋଲି ସ୍ଥାନୀୟ ବିଜେପି କର୍ପୋରେଟର ସିଦ୍ଧୁ କହିଛନ୍ତି ।

ସିଏମସି କର୍ମଚାରୀଙ୍କ ଦ୍ୱାରା ବହୁବାର ତାଙ୍କୁ ଅନୁରୋଧ କରାଯାଇଥିଲା । ହେଲେ ଆବର୍ଜନା ପକାଇବା ବନ୍ଦ ହୋଇନଥିଲା । ଏଥିପାଇଁ ସିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘର ନମ୍ବର ୪୪,୪୫, ୬ ଓ ୭ ମୁଖ୍ୟମନ୍ତ୍ରୀଙ୍କ ଘରର ଏକ ଅଂଶ ବୋଲି ସିଦ୍ଧୁ କହିଛନ୍ତି ।

Leave A Reply

Your email address will not be published.