ମୁଖ୍ୟମନ୍ତ୍ରୀ ଖେଳିଲେ ଭଲିବଲ୍‌, ଖେଳିବା ସ୍କିଲ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସଂ ମାନଙ୍କ ନୂଆ ରୂପ ନିକଟରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ତାଙ୍କର ନୂଆ ରୂପ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ସ୍ପୋଟର୍ସ ଲୁକରେ ଭଲିବଲ ଖେଳୁଥିବା ନଜର ଆସିଛନ୍ତି। ଭାଇରଲ ହେଉଥିବା ଭିଡିଓରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ଭଲିବଲ ସ୍କିଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ସମୟରେ କିଛି ୟୁଜର୍ସ ତାଙ୍କ ସ୍କିଲ ଦେଖି ପ୍ରଶଂସା କରୁଛନ୍ତି।

ନିକଟରେ ଜଳନ୍ଧରରେ ହୋଇଥିବା ଏକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ। ଏଠାକୁ ଯାଇ ଇଭେଣ୍ଟକୁ ଉଦ୍‌ଘାଟନ କରିବା ପରେ ଭଲିବଲ୍‌ ଖେଳିଥିଲେ ଭଗବନ୍ତ ସିଂ ମାନ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଭଲିବଲ ଖେଳିବାର ସ୍କିଲ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେଠାରେ ଉପସ୍ଥିତ ଥିବା ଯୁବକମାନଙ୍କ ସହିତ ମିଶି ଭଲିବଲ ଖେଳିଥିଲେ। ଏହି ସମୟରେ ଖେଳାଳିଙ୍କ ଉତ୍ସାହ ବଢାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭଲିବଲ ଖେଳିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା।


ପାଖାପାଖି ୨ ମାସ ପର୍ଯ୍ୟନ୍ତ ଧରି ଚାଲିବାକୁ ଥିବା ଏହି ଭଳିବଲ ଟୁର୍ଣ୍ଣାମେଣ୍ଟ ଗୁରୁ ଗୋବିନ୍ଦ ଷ୍ଟାଡିୟମରେ ଖେଳାଯିବ। ଭାଇରଲ ହେଉଥିବା ଭିଡିଓରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ ଟ୍ରାକ୍‌ ସୁଟ ଏବଂ ଟୋପି ପିନ୍ଧି ଭଲିବଲ ଖେଳୁଥିବାର ନଜର ଆସିଛନ୍ତି।

ଏହି ଭିଡିଓକୁ ଆମ୍‌ ଆଦମୀ ପାର୍ଟି ପଞ୍ଜାବ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ପକାଇଛନ୍ତି। ଭିଡିଓ ସେୟାର କରି ଲେଖାଯାଇଛି, ‘ପିଚ୍‌ ପର ମାନ ସାହବ’। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୮.୭ ହଜାର ଭ୍ୟୁ ହୋଇଥିବା ବେଳେ ହଜାରରୁ ଅଧିକ ଲାଇକ୍ସ ମିଳିସାରିଛି। ୟୁଜର୍ସ ଏହାକୁ ଦେଖି ପ୍ରଶଂସା କରି ପ୍ରତିକ୍ରିୟା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.