ଆସନ୍ତାକାଲି ଦ୍ୱିତୀୟ ଥର ବିବାହ କରୁଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌, ଡ.ଗୁରୁପ୍ରୀତ୍‌ଙ୍କର ଧରିବେ ହାତ

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌। ଗୁରୁବାର ଦିନ ଚଣ୍ଡୀଗଡ଼ରେ ସେ ହାତକୁ ଦି’ହାତ ହେଉଛନ୍ତି। ଡା.ଗୁରୁପ୍ରୀତ କୌରଙ୍କ ସହ ବିବାହ କରିବାକୁ ଯାଉଛନ୍ତି ଭଗବନ୍ତ ମାନ୍‌। ଭଗବନ୍ତ ମାନଙ୍କ ବିବାହ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ମଧ୍ୟ ଯୋଗ ଦେବେ। ପ୍ରକାଶ ଯେ ଭଗବନ୍ତ ମାନ୍‌ଙ୍କର ଏହା ଦ୍ୱିତୀୟ ବିବାହ।

ଭଗବନ୍ତ ମାନ୍‌ଙ୍କୁ ଏବେ ୪୮ ବର୍ଷ। ସେ ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌରଙ୍କ ଠାରୁ ଛାଡ଼ପତ୍ର ନେଇସାରିଛନ୍ତି। ତାଙ୍କର ଦୁଇଟି ପିଲା ଅଛନ୍ତି। ପିଲାମାନେ ପ୍ରଥମ ପତ୍ନୀଙ୍କ ସହ ଆମେରିକାରେ ରହୁଛନ୍ତି। କୁହାଯାଉଛି ଯେ ଚଣ୍ଡୀଗଡ଼ରେ ଭଗବନ୍ତ ମାନ୍‌ଙ୍କ ବିବାହର ଆୟୋଜନ କରାଯାଇଛି। ଏଥିରେ ଅରବିନ୍ଦ କେଜରିଓ୍ଵାଲଙ୍କ ସମେତ ବହୁ ବଡ଼ ବଡ଼ ବ୍ୟକ୍ତି ବିଶେଷ ସାମିଲ ହେବେ।

୨୦୧୫ରେ ହୋଇଥିଲା ଛାଡ଼ପତ୍ର:

କମେଡିଆନ୍‌ରୁ ରାଜନେତା ବନିଥିବା ଭଗବନ୍ତ ମାନ୍‌ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ସଙ୍ଗରୁରର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ତାଙ୍କ ସହ ପତ୍ନୀ ଇନ୍ଦ୍ରଜିତ କୌର ମଧ୍ୟ ପ୍ରଚାର କରୁଥିବା ନଜର ଆସିଥିଲେ। କିନ୍ତୁ ବର୍ଷେ ପରେ ଅର୍ଥାତ୍‌ ୨୦୧୫ରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା। ଭଗବନ୍ତ ମାନ୍‌ ୨୦୧୯ରେ ମଧ୍ୟ ସଙ୍ଗରୁରରୁ ନିର୍ବାଚନ ଜିତିଥିଲେ। କିନ୍ତୁ ୨୦୨୨ରେ ସେ ଆପ୍‌ ପକ୍ଷରୁ ପଞ୍ଜାବରୁ ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ନେତୃତ୍ୱରେ ପାର୍ଟିକୁ ଆଶ୍ଚର୍ଯ୍ୟଜନକ ଭାବେ ବହୁମତ ମିଳିଥିଲା। ଭଗବନ୍ତ ମାନ୍‌ ୧୬ ମାର୍ଚ୍ଚ ୨୦୨୨ର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଭଗବନ୍ତ ମାନ୍‌ କହିଥିଲେ, ସେ ରାଜନୀତି ଯୋଗୁ ପରିବାରକୁ ସମୟ ଦେଇ ପାରୁନାହାନ୍ତି। ଏଣୁ ସ୍ତ୍ରୀଙ୍କ ଠାରୁ ଅଲଗା ହୋଇଛନ୍ତି। ଛାଡ଼ପତ୍ର ନେବା ପରେ ଏ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଥିଲେ। ସେ କହିଥିଲେ ଯେ ପଞ୍ଜାବ ତାଙ୍କ ପାଇଁ ପରିବାର ଠାରୁ ବି ଉପରେ। ରାଜନୀତି ପାଇଁ ସେ ସ୍ତ୍ରୀଙ୍କ ଠାରୁ ଅଲଗା ହୋଇଛନ୍ତି।

Also Read: ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର, ଉତ୍ତମ ଚିକିତ୍ସା ପାଇଁ ଆଜି ଏୟାର ଆମ୍ବୁଲାନ୍ସରେ ନିଆଯିବ ଦିଲ୍ଲୀ ଏମ୍‌ସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.