ଦେଶ ବିଦେଶ

୧୬ ବର୍ଷରୁ ଅଧିକ ବୟସର ମୁସଲିମ୍ ଝିଅମାନେ ନିଜ ପସନ୍ଦରେ କରିପାରିବେ ବିବାହ: ପଞ୍ଜାବ ଓ ହରିୟାଣା ହାଇକୋର୍ଟ

ନୂଆଦିଲ୍ଲୀ : ପଞ୍ଜାବ-ହରିଆଣା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ବଡ଼ ରାୟ ଦେଇଛନ୍ତି । ଯାହା ଅନୁଯାୟୀ ଜଣେ ମୁସଲମାନ ଝିଅ ୧୬ ବର୍ଷ ବୟସରେ ନିଜ ଇଚ୍ଛା ଅନୁଯାୟୀ ବିବାହ କରିପାରିବ। ଏହା ପଛରେ କୋର୍ଟ ଇସଲାମିକ ନିୟମକୁ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ପୁଅ ଓ ଝିଅଙ୍କର କିଶୋର ଅବସ୍ଥାରେ ଯୌନ ଲକ୍ଷଣ ଦେଖାଯିବା ମାତ୍ରେ ତାଙ୍କୁ ବୟସ୍କ ବୋଲି କୁହାଯାଏ। ଏହା ସହ ୧୬ ବର୍ଷୀୟ ଯୁବତୀଙ୍କୁ ନିଜ ସ୍ୱାମୀଙ୍କ ସହ ରହିବାକୁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଯୋଗାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପଞ୍ଜାବ-ହରିୟାଣା ହାଇକୋର୍ଟ କହିବା ମୁତାବକ, ମୁସଲିମମାନଙ୍କ ବିବାହ ମୁସଲିମ ପର୍ସନାଲ ଲ’ ଅଧିନରେ ହୋଇଥାଏ । ଏହା ଅଧିନରେ ଯୌନ ପରିପକ୍ୱତା ପାଇଥିବା ଯେକୌଣସି ବ୍ୟକ୍ତି ବାହାଘର ବା ନିକାହ ପାଇଁ ଯୋଗ୍ୟ । ପ୍ରମାଣପତ୍ର ନଥିଲେ ବି ୧୫ ବର୍ଷ ବୟସକୁ ବାହାଘର ପାଇଁ ଯୋଗ୍ୟ ଗଣାଯାଏ । ଜୀବନ ଏବଂ ସ୍ୱାଧୀନତାର ସୁରକ୍ଷା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କର ଅଧିକାର ଅଛି ବୋଲି ହାଇକୋର୍ଟ କହିଛନ୍ତି।

ବାସ୍ତବରେ ପରିବାର ସଦସ୍ୟଙ୍କ ସହମତି ବିନା ବିବାହ କରିଥିବା ଜଣେ ମୁସଲମାନ ଦମ୍ପତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ସେମାନଙ୍କ ସୁରକ୍ଷା ପାଇଁ ଆବେଦନ କରିଥିଲେ। ସମାନ ଆବେଦନକୁ ଅନୁମତି ଦେଇ ହାଇକୋର୍ଟର ଜଷ୍ଟିସ ଜଜଜିତ୍ ସିଂ ବେଦୀ ୧୬ ବର୍ଷର ବାଳିକାକୁ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଆବଶ୍ୟକ ସୁରକ୍ଷା ଯୋଗାଇଦେବାକୁ ପଠାନକୋଟ ଏସଏସପି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀମାନେ ଉଲ୍ଲେଖ କରିଛନ୍ତି ଯେ, ମୁସଲ୍‌ମାନ ରୀତିନୀତି ଅନୁସାରେ ୨୦୨୨ ଜୁନ୍‌ ୮ ତାରିଖରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଥିଲା। କିନ୍ତୁ, ସେମାନଙ୍କର ପରିବାର ଉକ୍ତ ବିବାହକୁ ବିରୋଧ କରିବା ସହ ବିନା ଅନୁମତିରେ ବିବାହ କରିଛନ୍ତି ବୋଲି ଦୋଷାରୋପ କରିଥିଲେ। ଖଣ୍ଡପୀଠ କହିଛନ୍ତି, ପରିବାରବର୍ଗଙ୍କ ଅନିଚ୍ଛା ସତ୍ତ୍ବେ ଆବେଦନକାରୀମାନେ ବାହା ହୋଇଥିବା କାରଣରୁ ଭାରତୀୟ ସମ୍ବିଧାନରେ ଉଲ୍ଲିଖିତ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହୋଇପାରିବେ ନାହିଁ।

Barsha

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

5 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

7 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

13 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

22 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

22 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

40 mins ago