ପଞ୍ଜାବରେ ପ୍ରବଳ ବର୍ଷା ଯୋଗୁ ନଦିରେ ଭାସିଗଲା କାର, ଗୋଟିଏ ପରିବାରର ୯ ମୃତ ୨ ନିଖୋଜ

ପଞ୍ଜାବର ହୋଶିଆରପୁର ଠାରୁ ପ୍ରାୟ ୩୪ କିଲୋମିଟର ଦୂରରେ ଥିବା ଜାଜରେ ରବିବାର ଦିନ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ବର୍ଷା ଯୋଗୁ ନଦୀରେ ପାଣି ଭର୍ତ୍ତି ହୋଇ ଏକ କାର ଭାସି ଯାଇଥିବା ସୂଚନା ମିଳିଛି । ତେବେ ଦୁଃଖର ଘଟଣା ଏହା କି ଯେ ସମାନ ପରିବାରର ଆଠ ଜଣ ସଦସ୍ୟଙ୍କ ସମେତ ନଅ ଜଣଙ୍କର କାର ଭାସି ଯାଇ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ହୋଇଛନ୍ତି । ଏନେଇ ପୋଲିସ ଅଧିକାରୀ କହିଛନ୍ତି ଯେ ପରିବାରର ୧୧ ଜଣ ସଦସ୍ୟ ଏକ କାରରେ ଡ୍ରାଇଭର ସହିତ ହିମାଚଳ ପ୍ରଦେଶର ଉନା ଜିଲ୍ଲାର ମେହତପୁର ନିକଟ ଦେହରୁ ପଞ୍ଜାବର ଏସବିବି ନଗର ଜିଲ୍ଲାର ମେହରୋବାଲ ଗାଁକୁ ଯାଉଥିଲେ ।
ଏହି ମାମଲାରେ ପୋଲସି ଅଧିକାରୀ କହିଛନ୍ତି ଯେ ଜାମ୍ମୁରେ ପ୍ରବଳ ବର୍ଷା ହେତୁ ସେମାନଙ୍କ ଗାଡି ପାଣିରେ ପରିପୂର୍ଣ୍ଣ ଏକ ଛୋଟ ନଦୀ ଦେଇ ଯାଉଥିବାବେଳେ ପ୍ରବଳ ଜଳ ପ୍ରବାହ ଦ୍ୱାରା ଏହା ବୁଡି ଯାଇଥିଲା । ପୋଲିସ କହିଛି ଯେ ପ୍ରବଳ ଜଳ ତରଙ୍ଗ ଯୋଗୁଁ କିଛି ସ୍ଥାନୀୟ ଲୋକ ଡ୍ରାଇଭରକୁ ନଦୀ ପାର ନକରିବାକୁ ଚେତାବନୀ ଦେଇଥିଲେ, କିନ୍ତୁ ସେ ସେମାନଙ୍କୁ ଅଣଦେଖା କରି ଆଗକୁ ଯାଇଥିଲେ । ତେବେ ସ୍ଥାନୀୟ ବାସିନ୍ଦା କୌଣସି ପ୍ରକାରେ ଗାଡିରେ ଯାତ୍ରା କରୁଥିବା ଦୀପକ ଭାଟିଆଙ୍କୁ ଉଦ୍ଧାର କରି ଜିପ୍ରେ ସରକାରୀ ହସପିଟାଲକୁ ନେଇଥିଲେ । ତେବେ ହୋଶିଆରପୁର ଡେପୁଟି କମିଶନର କୋମଲ ମିତ୍ତଲ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟରେ ଅର୍ଥାତ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନରେ ସହାୟତା କରିବାକୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ର ଏକ ଟିମ୍ ନିୟୋଜିତ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ବିଷୟରେ କିଛି ଜଣାପଡିନାହିଁ ।
ବରିଷ୍ଠ ପୋଲିସ ଅଧୀକ୍ଷକ ସୁରେନ୍ଦ୍ର ଲମ୍ବା କହିଛନ୍ତି ଯେ ନିଖୋଜ ଥିବା ଦୁଇ ଜଣଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୫ଜଣ ମହିଳାଙ୍କ ସମେତ ୯ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ସମ୍ପର୍କୀୟ ପୋଲିସକୁ କହିଛନ୍ତି ଯେ ଗାଡିରେ ୧୨ ଜଣ ଲୋକ ଯାତ୍ରା କରୁଥିଲେ । ଜୟଜୋ ନଦୀର ଅପର ପାର୍ଶ୍ୱରେ ହିମାଚଳ ପ୍ରଦେଶରୁ ଅଣାଯାଇଥିବା ପ୍ରାୟ ୫ଟି ଯାନ ଏବଂ ଜେସିବି ମେସିନ୍ ନିୟୋଜିତ ହୋଇ ଜଳର ଅବନତିକୁ ଅପେକ୍ଷା କରିଛି । ପୋଲିସ୍ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଗାଡିରେ ଯାତ୍ରା କରୁଥିବା ଲୋକମାନେ ଡ୍ରାଇଭରକୁ ଅଟକାଇବାକୁ କହିଥିଲେ, କିନ୍ତୁ ସେ ଗାଡିଟିକୁ ଆଗକୁ ନେଇଥିଲେ । ଯାହା ଫଳରେ ଏହି ଦୁଃଖଦ ଘଟଣା ହୋଇଥିଲେ । ଡେପୁଟି ପୋଲିସ୍ ଅଧୀକ୍ଷକ ଜାଗିର ସିଂ କହିଛନ୍ତି ଯେ ଗାଡିଟି ପ୍ରବଳ ପାଣିରେ ବୁଡି ପ୍ରାୟ ୨୦୦ ମିଟର ତଳକୁ ଖସି ଯାଇଥିଲା ।