ପୁଷ୍ପକ ଏକ୍ସପ୍ରେସରେ ନିଆଁ ଗୁଜବ ଶୁଣି ଡେଇଁଲେ ଯାତ୍ରୀ, ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ, ୧୧ ମୃତ

ଟ୍ରେନରେ ନିଆଁ ଗୁଜବ ଶୁଣି ଡେଇଁଲେ ଯାତ୍ରୀ । ମହାରାଷ୍ଟ୍ର ଜଲଗାଓଁ ପରାଣ୍ଡା ରେଳଷ୍ଟେସନରେ ଅଘଟଣ । ପୁଷ୍ପକ ଏକ୍ସପ୍ରେସରେ ନିଆଁ ଗୁଜବ । ଗୁଜବ ପରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ । ଅନ୍ୟ ଟ୍ରାକରେ ଆସୁଥିବା ଟ୍ରେନ ସହ ଧକ୍କା ହେବାରୁ ଅନେକ ମୃତାହତ ସୂଚନା । ଘଟଣାସ୍ଥଳରେ ରେଲୱେର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।
ପୁଷ୍ପକ ଏକ୍ସପ୍ରେସ ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିଲା । ଏହି ସମୟରେ ଜଲଗାଓଁ ଠାରୁ ୨୦ କିମି ଦୂରରେ ପୁଷ୍ପକ ଏକ୍ସପ୍ରେସରୁ କିଛି ଯାତ୍ରୀ ନିଆଁ ଲାଗିଥିବା ଶୁଣି ଟ୍ରେନରୁ ଡେଇଁପଡିଥିଲେ । ଫଳରେ ଅନ୍ୟ ଟ୍ରାକରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେଇଥିଲା । କିଛି ଯାତ୍ରୀ ଯାତ୍ରୀ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଂକା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Also Read : ପୁଣି ଟଳିଲା ବଡ ରେଳ ଦୁର୍ଘଟଣା, ମୁମ୍ବାଇ ଯାଉଥିବା ହୋଲି ସ୍ପେଶାଲ ଟ୍ରେନରେ ନିଆଁ, ଯାତ୍ରୀ ସୁରକ୍ଷିତ