ୟୁକ୍ରେନ୍ ଅଧିକୃତ ୪ ଅଞ୍ଚଳ ମିଶ୍ରଣକୁ ରୁଷ୍ ସଂସଦ ନିମ୍ନ ସଦନର ଅନୁମୋଦନ

ନୂଆଦିଲ୍ଳୀ : ୟୁକ୍ରେନ୍ ଅଧିକୃତ ୪ ଅଞ୍ଚଳ ମିଶ୍ରଣକୁ ରୁଷ୍ ସଂସଦର ନିମ୍ନ ସଦନର ଅନୁମୋଦନ । ଏ ନେଇ ସେପ୍ଟେମ୍ବର ୩୦ ତାରିଖରେ ଚକ୍ତି ସ୍ୱାକ୍ଷର କରିଥିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ୍ର ୧୫ ପ୍ରତିଶତ ଭୂମିକୁ ଛଡ଼ାଇ ନେଇଥିଲା ମସ୍କୋ । ଖେରସନ୍, ଜାପୋରଝିଆ, ଲୁହାନ୍ସ୍କ ଓ ଡୋନେସ୍କ ଅଞ୍ଚଳ ରୁଷ୍ ନିଜ ସହ ସାମିଲ କରିଥିଲା ।

୫ ଦିନ ଧରି ଜନମତ ସଂଗ୍ରହ ପରେ ଏହି ଅଞ୍ଚଳକୁ ନିଜ ଅଧୀନକୁ ନେଇଥିଲା ରୁଷ୍ । ଅଧିକୃତ ୪ ଅଞ୍ଚଳରେ ପ୍ରମୁଖ ନିଯୁକ୍ତ କରିଛନ୍ତି ପୁଟିନ୍ । ଏ ପଟେ ୟୁକ୍ରେନ ତାର ପ୍ରତିକ୍ରିୟା ପ୍ରକାଶ କରି କହିଛି, ଯଦି ରୁଷ ପରମାଣୁ ଆକ୍ରମଣ କରେ ତେବେ ରୁଷ ଧୂଳିସାତ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.