ରୁଷ୍‌ର ନୂଆ ବିଦେଶ ନୀତିରେ ଭାରତ ଏବଂ ଚୀନକୁ ମୁଖ୍ୟ ମିତ୍ର ବୋଲି କହିଲେ ପୁଟିନ

ପୁଟିନଙ୍କ ଷ୍ଟ୍ରାଟେଜିକ୍‌ ଫ୍ରେଣ୍ଡ ଲିଷ୍ଟରେ ଭାରତ ଓ ଚୀନ। ରୁଷ ତାର ବୈଦେଶିକ ନୀତିକୁ ଅପଗ୍ରେଡ୍‌ କରିଛି। ୪୨ ପୃଷ୍ଠାର ବୈଦେଶିକ ନୀତିକୁ ମଂଜୁରୀ ପ୍ରଦାନ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ। ରୁଷ୍‌ର ନୂଆ ବିଦେଶ ନୀତିରେ ଭାରତ ଏବଂ ଚୀନକୁ ମୁଖ୍ୟ ମିତ୍ର ବୋଲି କହିଲେ ପୁଟିନ । ୟୁକ୍ରେନ ଯୁଦ୍ଧ ପରେ ରୁଷ୍‌ ଏବେ ଏକଘରିକିଆ ହୋଇଛି । ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନେ ରୁଷକୁ ବିରୋଧ କରୁଛନ୍ତି ।

ଏଭଳି ସମୟରେ ରୁଷ୍‌ ନିଜର ବିଦେଶ ନୀତିରେ ପରିବର୍ତ୍ତନ ଆଣିଛି । ଭାରତ ଓ ଚୀନକୁ ନିଜର ମୁଖ୍ୟ ମିତ୍ର ବୋଲି କହିଛି । ରୁଷ ଭାରତକୁ ବିଶେଷ ଅଧିକାର ଦେଇ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ମଜଭୁତ କରିବାକୁ ଚାହୁଁଛି ରୁଷ। ଏହାସହ ମଲଟିି ପୋଲାର ୱାର୍ଲଡ ପ୍ରତିଷ୍ଠା ଲକ୍ଷ୍ୟରେ ରୁଷର ନୀତିରେ ଭାରତ ଓ ଚୀନକୁ ମିଳିଛି ପ୍ରମୁଖ ସ୍ଥାନ।

କିନ୍ତୁ ବଡ଼ କଥା ହେଉଛି ପୁଟିନଙ୍କ ପଶ୍ଚିମା ରାଷ୍ଟ୍ର ବିରୋଧ ରଣନୀତିରେ ଭାରତର ସହଯୋଗ ଚାହିଁଛି ରୁଷ୍‌ । କିନ୍ତୁ ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ ରହିଛି। ଭାରତ ବ୍ରିକ୍‌ସ ରାଷ୍ଟ୍ର ସମୁହର ସଦସ୍ୟ। ଯେଉଁଥିରେ ସଦସ୍ୟ ଅଛନ୍ତି ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦ.ଆଫ୍ରିକା। ସେପଟେ ଚୀନକୁ କାଉଣ୍ଟର କରିବାକୁ ଗଠିତ ହୋଇଛି କ୍ୱାଡ୍‌।

ଯେଉଁଥିରେ ସଦସ୍ୟ ଅଛନ୍ତି ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଆମେରିକା। ଭାରତ-ଆମେରିକା ସମ୍ପର୍କ ଭଲ ରହିଛି। ଭାରତ ସହ ରୁଷର ସମ୍ପର୍କ ବେଶ ପୁରୁଣା ଓ ମଜଭୁତ। ଭାରତକୁ ସର୍ବାଧିକ ଅସ୍ତ୍ର ଯୋଗାଉଥିବା ରାଷ୍ଟ୍ର ରୁଷ। ସେପଟେ ଭାରତ ସୀମା ବିବାଦ ଯୋଗୁ ଚୀନ ସହ ଭାରତର ସମ୍ପର୍କ ତିକ୍ତ ରହିଛି।

ରୁଷ ଆମେରିକା ଓ ପାଶ୍ଚାତ୍ୟ ଦେଶକୁ ଘୋର ବିରୋଧ କରୁଛି। ସେପଟେ ରୁଷର ନୂଆ ବୈଦେଶିକ ରଣନୀତିରେ ଭାରତ ପ୍ରମୁଖ ମିତ୍ର ରାଷ୍ଟ୍ର। ରୁଷ ଓ ଆମେରିକା ମଧ୍ୟରେ ଭାରତ କିପରି ସମତୁଲ ରକ୍ଷା କରିବ? ଏହା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି। ସେପଟେ ଉଭୟ ଭାରତ ଓ ଚୀନର ମିତ୍ରତାକୁ ନେଇ ନିଜର ରଣନୀତିରେ ରୁଷ କିଭଳି ସଫଳ ହେବ ଏହା ମଧ୍ୟ ବଡ଼ ଚାଲେଞ୍ଜ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.