ମୋଦିଙ୍କ ସହ କଥା ହେଲେ ପୁଟିନ, ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କଲେ ରୁଷ ରାଷ୍ଟ୍ରପତି

ମୋଦିଙ୍କ ସହ କଥା ହେଲେ ପୁଟିନ ।  ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।  ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ରୁଷ ରାଷ୍ଟ୍ରପତି ।  ପହଲଗାମ ଆକ୍ରମଣ ଘଟଣାରେ ଭାରତକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି ।

ଘୃଣ୍ୟ ଆକ୍ରମଣ ପଛରେ ଥିବା ଷଡ଼ଯନ୍ତ୍ରକାରୀ ଓ ଆକ୍ରମଣକାରୀ ଦଣ୍ଡିତ ହେବା ଆବଶ୍ୟକ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ।  ଏଥିସହ ଦୁଇ ଦେଶ ମଧ୍ୟରେ ସ୍ବତନ୍ତ୍ର ରଣନୀତିକ ସହଯୋଗ ଜାରି ରହିବା ନେଇ ପ୍ରତିବଦ୍ଧତା ଦୋହରାଇଛନ୍ତି ଦୁଇ ନେତା ।

ଏହି ଅବସରରେ ରୁଷ ଭିକ୍ଟ୍ରି ଡେ’ ଉତ୍ସବ ପାଇଁ ପୁଟିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି।  ସେହିପରି ଚଳିତ ବର୍ଷ ଶେଷ ଆଡ଼କୁ ଭାରତରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ପୁଟିନଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ।

Also read: ଜମ୍ମୁ କଶ୍ମୀର ଜେଲ୍ ଉପରେ ହୋଇପାରେ ଆକ୍ରମଣ, ବଢିଲା ସୁରକ୍ଷା ବ୍ୟବସ୍ଥା