ମାତୃ ଦିବସରେ ଯୁଦ୍ଧ କ୍ଷେତ୍ରରେ ଲଢୁଥିବା ସୈନିକଙ୍କ ମା’ଙ୍କୁ ଭେଟିବେ ରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ : ଯୁଦ୍ଧ କ୍ଷେତ୍ରରେ ଲଢୁଥିବା ସୈନିକଙ୍କ ମା’ଙ୍କୁ ଭେଟିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନଭେମ୍ବର ୨୭ରେ ମାତୃ ଦିବସ ଅବସରରେ ମା’ମାନଙ୍କୁ ପୁଟିନ ସାକ୍ଷାତ କରିବେ। କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ ଏହା ସୂଚନା ଦେଇଛନ୍ତି।

ଚଳିତ ସପ୍ତାହରେ କିଛି ଲୋକଙ୍କୁ ଯୁଦ୍ଧ ଲଢିବାକୁ ପୁଟିନ ସ୍ଥାନାନ୍ତର କରିଛନ୍ତି। ୟୁକ୍ରେନ ବିରୋଧରେ ଯୁଦ୍ଧ ପାଇଁ ପୁଟିନଙ୍କୁ ରୁଷ ସୈନିକଙ୍କ ପୁଅ ବିରୋଧ କରୁଛନ୍ତି। ସେପ୍ଟେମ୍ବର ୨୧ରେ ଆଂଶିକ ସେନା ସ୍ଥାନାନ୍ତର ପାଇଁ ପୁଟିନ ନିର୍ଦ୍ଦେଶ ଦେଇଥିଲେ। ବହୁ ରୁଷ ନାଗରିକ ଓ ସୈନିକଙ୍କ ମା’ ଏହାକୁ ବିରୋଧ କରିଛନ୍ତି। ସୋସିଆଲ ମିଡିଆରେ ପୁଟିନଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ୧୫୦୦ରୁ ଅଧିକ ଭିନ୍ନକ୍ଷମ ଶିଶୁ ଓ ୩ରୁ ଅଧିକ ସନ୍ତାନ ଥିବା ମା’ ମାନେ କିଛି ଦିନ ସେମାନଙ୍କ ସ୍ୱାମୀ ଯୁଦ୍ଧ କ୍ଷେତ୍ରରୁ ଫେରାଇ ଆଣିବାକୁ ରାଷ୍ଟ୍ରପତିଙ୍କ ନିକଟରେ ପିଟିସନ ଦାଖଲ କରିଛନ୍ତି।

ଆଗକୁ ପ୍ରାୟ ୩ ଲକ୍ଷ ସଂରକ୍ଷିତ ଓ ପୂର୍ବ ସୈନିକଙ୍କୁ ୟୁକ୍ରେନ ଯୁଦ୍ଧ କ୍ଷେତ୍ରକୁ ପଠାଯିବ। ୟୁକ୍ରେନ ଉପରେ ଆକ୍ରମଣର ୯ମାସ ବିତିଯାଇଥିଲେ ମଧ୍ୟ ରୁଷ ଆଗକୁ ବଢିପାରୁନି। ରୁଷର ସୈନିକଙ୍କ ମନୋବଳ ଭାଙ୍ଗିବାକୁ ବସିଛି। ଏପରିକି ସୈନିକମାନେ ପରସ୍ପର ମଧ୍ୟରେ ବିବାଦ କରୁଥିବା ଦେଖାଯାଇଛି।

Also Read: କାର୍ତ୍ତିକେଶ୍ୱର ଭସାଣରେ ବାଣ ପ୍ରତିଯୋଗିତା ବେଳେ ବିସ୍ଫୋରଣ ଘଟଣା, ଏସସିବିରେ ଚିକିତ୍ସିତ ହେଉଛନ୍ତି ୩୦ ଆହତ