ପୁଟିନ ତାଙ୍କ ସୁରକ୍ଷାକୁ ନେଇ ଭାରି ଚିନ୍ତିତ, ଶତ୍ରୁଠୁ ବଞ୍ଚିବା ପାଇଁ ବ୍ୟବହାର କରୁଛନ୍ତି ବଡି ଡବଲ

କେନ୍ୟୁଜ୍(ବ୍ୟୁରୋ):ଶତ୍ରୁଠୁ ବଞ୍ଚିବା ପାଇଁ ପୁଟିନଙ୍କ ବଡି ଡବଲ । ବିଶେଷ ଭାବେ ଟ୍ରେନିଂ ନେଇଥିବା ବଡି ଡବଲ । ସମ୍ପୂର୍ଣ୍ଣ ପୁଟିନଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତିଙ୍କୁ ବ୍ୟବହାର କରୁଛନ୍ତି । କ୍ରେମଲିନ ବୈଠକରେ ବଡି ଡବଲକୁ ବ୍ୟବହାର କରିଛନ୍ତି । ୟୁକ୍ରେନ ଆକ୍ରମଣରେ ଧିମା ଗତି କାରଣରୁ ୮ ଶୀର୍ଷ ଜେନେରାଲଙ୍କୁ ବରଖାସ୍ତ କରିଥିଲେ ପୁଟିନ । ପୁଟିନଙ୍କୁ ହତ୍ୟା କରାଯିବା ଆଶଙ୍କା ରହିଛି । ଏହି ବଡି ଡବଲ ରାଷ୍ଟ୍ରପତି ଭବନ ପରିସରରେ ରହୁଛି । ପୁଟିନ ତାଙ୍କ ସୁରକ୍ଷାକୁ ନେଇ ଭାରି ଚିନ୍ତିତ ଅଛନ୍ତି ।

ଏପଟେ ଋଷ ଉପରେ ବର୍ଷିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଋଷ ବିରୋଧରେ ବିଜୟ ଛଡ଼ା ୟୁକ୍ରେନ ଆଉ କିଛି ଚାହେଁ ନାହିଁ । ଦେଶର ଜନତା ମଧ୍ୟ ରୁଷର ପରାଜୟ ଚାହୁଁଛନ୍ତି । କୌଣସି ପରିସ୍ଥିତିରେ ଦେଶ ହାର ମାନିବ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଦୁନିଆ ପୂର୍ବରୁ ଅନେକ ଯୁଦ୍ଧ ଅପରାଧ ଦେଖିସାରିଛି । ବିଭିନ୍ନ ସମୟରେ, ବିଭିନ୍ନ ଦେଶରେ ।

କିନ୍ତୁ ରୁଷ ସେନାର ଯୁଦ୍ଧ ଅପରାଧ ପରି ଅପରାଧ ବିଶ୍ୱରେ ଶେଷ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉ। ଏପରି ଅପରାଧ ପାଇଁ ଯେଉଁମାନେ ଦୋଷୀ ସେମାନେ ଏକ ସ୍ୱତନ୍ତ୍ର ନିର୍ଯାତନା ବହିରେ ସ୍ଥାନ ପାଇବେ । ସେମାନଙ୍କୁ ଖୋଜାଯାଇ ଦଣ୍ଡିତ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.