ପ୍ରଥମ ଥର ପାଇଁ ୟୁକ୍ରେନ ଓ୍ଵାର ଜୋନରେ ରୁଷ ରାଷ୍ଟ୍ରପତି, ନିଜେ କାର ଚଳାଇ ମାରିଉପୋଲ ରାସ୍ତାରେ ବୁଲିଲେ ପୁଟିନ

ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ ମାଟିରୁ ପୁଟିନଙ୍କ ହୁଙ୍କାର । ପ୍ରଥମ ଥର ପାଇଁ ୟୁକ୍ରେନ ଓ୍ଵାର ଜୋନରେ ରୁଷ ରାଷ୍ଟ୍ରପତି । ଦକ୍ଷିଣ ୟୁକ୍ରେନର ମାରିଉପୋଲକୁ ସରପ୍ରାଇଜ ଭିଜିଟ । ଦକ୍ଷିଣ ୟୁକ୍ରେନର ବନ୍ଦର ସହର ମାରିୟୁପୁଲକୁ କବଜା କରିଛି ରୁଷ୍‌ । ହେଲିକପ୍ଟର ଯୋଗେ ସେଠାରେ ପହଞ୍ଚିବା ପରେ ନିଜେ କାର୍‌ ଚଳାଇ ବିଭିନ୍ନ ଜିଲ୍ଲା ବୁଲିଛନ୍ତି ପୁଟିନ୍‌ । ସେଠାରେ ଚାଲିଥିବା ନୂଆ ବିଲ୍ଡିଂ, ଶିକ୍ଷାନୁଷ୍ଠାନ ଆଦି ନିର୍ମାଣ କାମର ତଦାରଖ କରିଥିଲେ ।

 ନୂଆଦିଲ୍ଲୀ : ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ ମାଟିରୁ ପୁଟିନଙ୍କ ହୁଙ୍କାର । ପ୍ରଥମ ଥର ପାଇଁ ୟୁକ୍ରେନ ଓ୍ଵାର ଜୋନରେ ରୁଷ ରାଷ୍ଟ୍ରପତି । ଦକ୍ଷିଣ ୟୁକ୍ରେନର ମାରିଉପୋଲକୁ ସରପ୍ରାଇଜ ଭିଜିଟ । ଦକ୍ଷିଣ ୟୁକ୍ରେନର ବନ୍ଦର ସହର ମାରିୟୁପୁଲକୁ କବଜା କରିଛି ରୁଷ୍‌ । ହେଲିକପ୍ଟର ଯୋଗେ ସେଠାରେ ପହଞ୍ଚିବା ପରେ ନିଜେ କାର୍‌ ଚଳାଇ ବିଭିନ୍ନ ଜିଲ୍ଲା ବୁଲିଛନ୍ତି ପୁଟିନ୍‌ । ସେଠାରେ ଚାଲିଥିବା ନୂଆ ବିଲ୍ଡିଂ, ଶିକ୍ଷାନୁଷ୍ଠାନ ଆଦି ନିର୍ମାଣ କାମର ତଦାରଖ କରିଥିଲେ ।

ଏଥିସହ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଉପପ୍ରଧାନମନ୍ତ୍ରୀ ମରାଟ ଖୁସନୁଲିନଙ୍କ ସହ ମାରିୟୋପୋଲ ଏୟାରପୋର୍ଟ ପରିଦର୍ଶନ କରିଥିଲେ ପୁଟିନ୍‌ । ୨ବର୍ଷରେ ଏହି ଏୟାରପୋର୍ଟକୁ ପୁନଃନିର୍ମାଣ କରିବାକୁ ଯୋଜନା ରଖାଯାଇଛି ।  ଏହା ପୂର୍ବରୁ କ୍ରିମିୟା ଭିଜିଟ କରିଥିଲେ ପୁଟିନ । କ୍ରିମିଆ ଉପରେ ରୁଷିଆ କବଜା କରିବାର ୯ ବର୍ଷ ପୂର୍ତ୍ତି ଅବସରରେ ପୁଟିନ କ୍ରିମିୟାରେ ପହଞ୍ଚିଥିଲେ ।

ସାଂସ୍କୃତିକ ଓ ଐତିହାସିକ କାର୍ଯ୍ୟକ୍ରମରେ ଭର୍ଚୁୟାଲି ସାମିଲ ହୋଇଥାନ୍ତେ ପୁଟିନ। ଏହା ପୂର୍ବରୁ ସରପ୍ରାଇଜ ଭିଜିଟ କରିଛନ୍ତି ପୁଟିନ । ହଠାତ କ୍ରିମିଆରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଆଗକୁ ଯୁଦ୍ଧ ଘମାଘୋଟ ହେବ ବୋଲି ଅନୁମାନ କରାଯାଉଛି ।

 

Leave A Reply

Your email address will not be published.