ଫିନଲାଣ୍ଡକୁ ପୁଟିନଙ୍କ ଚେତାବନୀ: କହିଲେ ନାଟୋରେ ସାମିଲ ହେଲେ ବଡ଼ ଭୁଲ ହେବ

କେନ୍ୟୁଜ୍(ବ୍ୟୁରୋ):ଫିନଲାଣ୍ଡକୁ ପୁଟିନଙ୍କ ଚେତାବନୀ । ନାଟୋରେ ସାମିଲ ହେଲେ ବଡ଼ ଭୁଲ ହେବ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି । ଫିନଲାଣ୍ଡ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପୁଟିନ । ଫିନଲାଣ୍ଡ ସୁରକ୍ଷା ପ୍ରତି କୌଣସି ବିପଦ ନଥିବା କହିଛନ୍ତି ପୁଟିନ ।

ଫିନଲାଣ୍ଡର ନିରପେକ୍ଷ ସ୍ଥିତିକୁ ତ୍ୟାଗ କରିବା ଏକ ଭୁଲ ହେବ ବୋଲି କହିଛନ୍ତି ପୁଟିନ । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଫିନଲାଣ୍ଡ ନାଟୋରେ ଯୋଗଦେବା ନେଇ ସଙ୍କେତ ଦେଇଛି ।

ସିଧାସଳଖ କୌଣସି ଧମକ ଦେଇନଥିଲେ ମଧ୍ୟ ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଦକ୍ଷେପ ନେଇପାରେ ରୁଷ । ଫିନଲାଣ୍ଡକୁ ବିଜୁଳି କାଟ କରିବା ଘଟଣା ଏହାର ପ୍ରାଥମିକ ସଙ୍କେତ । ଫିନଲାଣ୍ଡକୁ ୧୦ ପ୍ରତିଶତ ବିଜୁଳି ରୁଷ ଯୋଗାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.