ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ପୁଟିନଙ୍କ ଲୋକପ୍ରିୟତା ବଢୁଛି ହେଲେ ବାଇଡେନଙ୍କ କମୁଛି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ । ବାଇଡେନ୍‌-ପୁଟିନ ମୁହାଁମୁହିଁ। ଯୁଦ୍ଧ ଯୋଗୁଁ ୧ କୋଟିରୁ ଅଧିକ ୟୁକ୍ରେନବାସୀ ଦେଶ ଛାଡିଛନ୍ତି । ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ସହରଗୁଡିକ ଧ୍ୱଂସ ସ୍ତୁପ ପାଲଟିଛି। ପାଶ୍ଚାତ୍ୟ ମିଡିଆର ଖଳନାୟକ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ନରସଂହାର ଘଟଣା ନେଇ ପୁଟିନଙ୍କୁ ନିନ୍ଦା କରାଯାଉଛି । ବାଇଡେନଙ୍କ ପାଇଁ ପୁଟିନ ଯୁଦ୍ଧ ଅପରାଧୀ।

ସେପଟେ ରୁଷରେ ପୁଟିନଙ୍କ ଲୋକପ୍ରିୟତା ବଢିଛି । ୟୁକ୍ରେନରେ ରୁଷର ସ୍ୱତନ୍ତ୍ର ଅପରେସନ ଆରମ୍ଭ ପୂର୍ବରୁ ପୁଟିନଙ୍କ ଲୋକପ୍ରିୟତା ଥିଲା ୬୭.୨%। ଏବେ ଏହା ୮୧.୬% ପହଞ୍ଚିଛି । ରୁଷିଆନ ପବ୍ଲିକ ପବ୍ଲିକ ଓପିନିଅନ ସେଣ୍ଟର ଦ୍ୱାରା କରାଯାଇଥିଲା ସର୍ଭେ। ଯେଉଁଥିରେ ୧୨.୯ ପ୍ରତିଶତ ରୁଷବାସୀ ପୁଟିନଙ୍କ କାର୍ଯ୍ୟକୁ ସମର୍ଥନ କରି ନାହାନ୍ତି । ମାର୍ଚ୍ଚ ୨୮ରୁ ଏପ୍ରିଲ ୪ ମଧ୍ୟରେ ଏହି ସର୍ଭେ କରାଯାଇଥିଲା।

ପୁଟିନଙ୍କ ଲୋକପ୍ରିୟତା ନିଜ ଦେଶରେ ବଢୁଛି, ସେପଟେ ନିଜ ଦେଶରେ ବାଇଡେନ୍‌ ଖସୁଛନ୍ତି। ରୁଷ ଯୁଦ୍ଧକୁ ନେଇ ବାଇଡେନ୍‌ଙ୍କ କାର୍ଯ୍ୟରେ ସେତେ ଉତ୍ସାହିତ ନୁହଁନ୍ତି ଆମେରିକାବାସୀ। ରାଷ୍ଟ୍ରପତି ବାଇଡେନଙ୍କ କାର୍ଯ୍ୟକାଳ ମଧ୍ୟରେ ସର୍ବନିମ୍ନ ସ୍ତରରେ ରହିଛି ତାଙ୍କ ଗ୍ରହଣୀୟତା। ଯୁଦ୍ଧ ପରେ ଏନ୍‌ବିସି ନ୍ୟୁଜ ତରଫରୁ କରାଯାଇଥିବା ସର୍ଭେରେ, ବାଇଡେନ୍‌ କାର୍ଯ୍ୟର ଗ୍ରହଣୀୟତା ୪୦% ଖସି ଆସିଛି। ପ୍ରତି ୧୦ ଆମେରିକୀୟଙ୍କ ଭିତରୁ ୭ ଜଣ ସନ୍ଦେହ ପ୍ରକାଶ କରିଛନ୍ତି, କମ୍‌ ବିଶ୍ୱାସ ରଖିଛନ୍ତି । ପ୍ରତି ୧୦ ଜଣରେ ୮ ଆମେରିକୀୟ ଭାବୁଛନ୍ତି ଯୁଦ୍ଧ ଯୋଗୁଁ ଗ୍ୟାସ୍‌ ଦର ବୃଦ୍ଧି ପାଇବ। ସର୍ବୁ ବର୍ଗଙ୍କ ମଧ୍ୟରେ ପୁଟିନଙ୍କ କାର୍ଯ୍ୟର ଲୋକପ୍ରିୟତା କମିଛି। ଦେଶର ୭୧ ପ୍ରତିଶତ ଲୋକ ଭାବୁଛନ୍ତି ଦେଶ ଭୁଲ ଦିଗରେ ଗତି କରୁଛି। ୨୨ ପ୍ରତିଶତ ଭାବୁଛନ୍ତି ସଠିକ ମାର୍ଗରେ ଚାଲୁଛି ଆମେରିକା।

 

Leave A Reply

Your email address will not be published.