ୟୁକ୍ରେନ ଉପରେ ନଜର ରଖିବ ପୁଟିନଙ୍କ ସ୍ପାଏ ସାଟେଲାଇଟ, ନିଜ ସେନାଙ୍କ ଗତିବିଧି ଉପରେ ନଜର ରଖିବ

କେନ୍ୟୁଜ୍(ବ୍ୟୁରୋ): ୟୁକ୍ରେନ ଉପରେ ନଜର ରଖିବାକୁ ପୁଟିନ ଲଗାଇବେ ସ୍ପାଏ ସାଟେଲାଇଟ। ଇରାନ୍‌ ସୀମାରେ ସାଟେଲାଇଟ ଲଗାଇବ ରୁଷ। ମଧ୍ୟ ପ୍ରାଚ୍ୟ ଦେଶ ମାନଙ୍କ ଉପରେ ନଜର ରଖିବାକୁ ଏହି ସାଟେଲାଇଟ ଲଗାଯିବ। ତେବେ ଏହା ପୂର୍ବରୁ ଏହି ସାଟେଲାଇଟ ୟୁକ୍ରେନ ଉପରେ ନଜର ରଖିବାକୁ ବ୍ୟବହାର କରିବେ ପୁଟିନ। ଆଗାମୀ ସପ୍ତାହରେ ଏହି ସାଟେଲାଇଟ ଲଗାଯିବ। ସାଟେଲାଇଟରେ ଲାଗିଛି ହାଇ ରିଜୋଲେସନ କ୍ୟାମେରା।

ଇସ୍ରାଏଲ ଓ ଅନ୍ୟ ଦେଶର ସମ୍ବେଦନଶୀଳ ଗତିବିଧି ଉପରେ ଏହା ନଜର ରଖିବ। ତେବେ ପ୍ରଥମେ ରୁଷ ଏହି ସାଟେଲାଇଟକୁ ୟୁକ୍ରେନରେ ଚାଲିଥିବା ଗତିବିଧି ଉପରେ ନଜର ରଖିବାକୁ ବ୍ୟବହାର କରିବ । ନିଜ ସେନାଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିବ ଏହି ସାଟେଲାଇଟ। ରୁଷ -ୟୁକ୍ରେନ ଯୁଦ୍ଧ ୫ମାସ ବିତିଲାଣି । ଏବେ ରୁଷକୁ କଡା ଟକ୍କର ଦେଉଛି ୟୁକ୍ରେନ। ତେଣୁ ରୁଷ ତା’ର ରଣନୀତି ବଦଳାଇବାକୁ ବାଧ୍ୟ ହୋଇଛି। ଆଜି ଜାପୋରଝିଆ ଓ ମିକୋଲେଭ ଉପରେ ମିସାଇଲ ଆକ୍ରମଣ କରିଛି ରୁଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.