କମୋଡ଼ରୁ ବାହାରିଲା ଅଜଗର, ତା’ପରେ ଡାକ୍ତରଖାନା ପହଞ୍ଚିଗଲେ ବ୍ଯକ୍ତି

ବ୍ଯାଙ୍କକ : ଥାଇଲ୍ଯାଣ୍ଡର ରାଜଧାନୀ ବ୍ଯାଙ୍କକରେ ଦେଖିବାକୁ ମିଳିଛି ଏକ ଲୋମଟାଙ୍କୁରା ଘଟଣା। ଏଠାରେ ଜଣେ ବ୍ଯକ୍ତି ସକାଳ ଶୌଚ ପାଇଁ ଟଏଲେଟ ଯିବା ସମୟରେ କମୋଡ଼ ଭିତରୁ ୧୦ ଫୁଟ ଲମ୍ବା ଏକ ବିରାଟ ଅଜଗର ବାହାରି ତାଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ଧରିଥିଲା। ଏହା ପରେ କଣ ହେଲା ଆସନ୍ତୁ ଜାଣିବା।
ମିଡ଼ିଆ ରିପୋର୍ଟ ମୁତାବକ, ୩୫ ବର୍ଷିୟ ଟେର୍ଡସାକଙ୍କ ଟଏଲେଟରେ ଲୁଚି ରହିଥିଲା ୧୦ ଫୁଟ ଅଜଗର। ଯେତେବେଳେ ଟେର୍ଡସାକ ଶୌଚ ପାଇଁ କମୋଡ଼ ସିଟରେ ବସିଥିଲେ। ପରେ ତାଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ଧରିଥିଲା ଅଜଗର, ଯାହାଫଳରେ ସେ କଷ୍ଟରେ ଚିଲାଇବା ଆରମ୍ଭ କରିଥିଲେ। ତାହାପରେ ସେ ପ୍ରାଣବିକଳରେ ସେ ଅଜଗରକୁ ନିଜଠାରୁ ଅଲଗା କରିବାରେ ସକ୍ଷମ ହୋଇଥିଲେ।
ଅଜଗରର କାମୁଡ଼ାରେ ବ୍ଯକ୍ତିଙ୍କ ଗୁପ୍ତଙ୍ଗରେ ଅଘାତ ଲାଗିଥିଲା। ଯାହାପରେ ତାଙ୍କର ୧୫ଟି ଷ୍ଟିଜ୍ ଲାଗିଥିଲା। ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ଯବସ୍ଥା ଠିକ୍ ରହିଛି। ଘଟଣା ପରେ ଟେର୍ଡସାକ କହିଛନ୍ତି, ମତେ ବାସ୍ତବରେ ଟିକେ ସତର୍କତା ଅବଲମ୍ବନ କରିବାର ଥିଲା। କାରଣ ଘଟଣାର ଦୁଇ ମାସ ପୂର୍ବେ ମୁଁ ଘରର ଅନ୍ଯ ବାଥରୁମରେ ସାପ ଦେଖିଥିଲି। କିନ୍ତୁ ମୁଁ ଜାଣିନଥିଲି ଏହି ଦୁଇଟି ଶୌଚାଳୟ ପରସ୍ପର ସହ ଜଡ଼ିତ ରହିଛନ୍ତି। ମୁଁ ନିଜକୁ ଅଜଗରରୁ ଅଲଗା କରିବା ପରେ ଏନିମଲ ଏକ୍ସପୋର୍ଟ ଅଜଗରକୁ ନେଇଯାଇଥିଲେ। ତାକୁ ବର୍ତ୍ତମାନ ଜଙ୍ଗଲରେ ଛଡ଼ା ଯାଇଛି।
video cutesy : Viral Press