ବିରାଟ ବଡ଼ ସାପର ଚଲା ଦେଖି ଅଟକି ଗଲା ଟ୍ରାଫିକ, ଦେଖନ୍ତୁ ଭିଡ଼ିଓ

ବିରାଟ ବଡ ସାପକୁ ବାଟରେ ଦେଖି ସମସ୍ତଙ୍କ ଗାଡ଼ି ଅଟକି ଗଲା। କୋଚିର ସିପୋର୍ଟ ଏୟାରପୋର୍ଟ ରୋଡରେ ଏକ ବିଶାଳ ପାଇଥାନ ଦେଖିବାକୁ ମିଳିଥିଲା । ଏହି ବିଶାଳକାୟ ସାପକୁ ଦେଖିବା ପାଇଁ ଟ୍ରାଫିକ ଜାମ ହୋଇଯାଇଥିଲା । ଏହି ବଡ଼ ସାପକୁ ସମସ୍ତେ ରାସ୍ତାରେ ଯିବାପାଇଁ ବାଟ ଛାଡିଥିଲେ । ଏହାକୁ ପ୍ରଥମେ ଏକ ଅଫିସ ପାଖରେ ୧୧.୧୦ ସମୟରେ ଦେଖିବାକୁ ମିଳିଥିଲା ପରେ ଏହା ରୋଡ଼ କ୍ରସ୍ କରି ଯାଉଥିବାର ସମସ୍ତେ ଦେଖିଥିଲେ । ଏହାର ଲମ୍ବ ପ୍ରାୟ ୨ ମିଟର ହେବା ।

 


ତେବେ ଭିଡ଼ିଓରେ ଏହି ପାଇଥନ୍ଟି ଧୀରେ ଧୀରେ ରାସ୍ତା ପାରି ହେଉଥିବାର ଦେଖିବକୁ ମିଳିଛି। ପୁଣି ରାସ୍ତା ପାର ହେବା ପାଇଁ ଏହାକୁ ପ୍ରାୟ ୫ ମିନିଟ୍ ସମୟ ଲାଗିଥିଲା । ତେବେ ଲୋକମାନେ ସେପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଯେପର୍ଯ୍ୟନ୍ତ ସାପଟି ରୋଡ଼ ପାରି ନକରିଛି । ତେବେ ସାପଟି ଧିର ଗତିରେ ରାସ୍ତା ପାରି ହେବ ପରେ ଗାଡ଼ି ଚାଳକମାନେ ଯାଇଥିଲେ । ପରେ ଏହି ସାପଟିକୁ ଉଦ୍ଧାର କରିବା ପାଇଁ ଫରେଷ୍ଟ୍ ଡିପାର୍ଟମେଣ୍ଟକୁ କଲ୍ କରାଯାଇଥିଲା । ତେବେ ଏହା ଏକ ବିରଳ ଦୃଶ୍ୟ ଥିଲା ବୋଲି ଫରେଷ୍ଟ୍ ଡିପାର୍ଟମେଣ୍ଟ ଅଫିସର କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.