ଦେଶ ବିଦେଶ

ଚୀନ ଉପରକୁ ମାଡ଼ି ଆସିଛି ବିପତ୍ତି! ସେବା ବନ୍ଦ କଲା Yahoo; ସେପଟେ ଖାଦ୍ୟ, ବିଜୁଳି ସଙ୍କଟ ସାଙ୍ଗକୁ ପିଛା ଛାଡ଼ୁନି କରୋନା

ଚୀନରେ ଏବେ ସ୍ଥିତି ଭୟାବହ। ଦେଶରେ କିଛି ବି ଠିକ୍‌ ଚାଲୁନାହିଁ। ଡ୍ରାଗନ୍‌ ବାହ୍ୟ ସମସ୍ୟା ସହ ଆଭ୍ୟନ୍ତରୀଣ ସମସ୍ୟାକୁ ବି ସାମ୍ନା କରିବାରେ ଲାଗିଛି। ଗୋଟିଏ ପଟେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ କ୍ୱାଡ୍‌ ଜରିଆରେ ଚୀନକୁ ଲଗାତାର ଘେରୁଛନ୍ତି। ଆଉ ସେପଟେ ଦେଶର ଅଧିକାଂଶ ସହରରେ ଲୋକଙ୍କୁ ଖାଦ୍ୟ, ବିଜୁଳି ଓ କରୋନା ଭଳି ସମସ୍ୟାରେ ଜୁଝି ହେବାକୁ ପଡ଼ୁଛି। ଚୀନ ରାଜଧାନୀ ବେଜିଙ୍ଗ୍‌ ସମେତ କିଛି ସହରରେ ଖାଦ୍ୟ ପାଇଁ ଲୋକଙ୍କୁ ଶପିଙ୍ଗ୍‌ ମଲ୍‌ ବାହାରେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ୁଛି। ଏତିକି ନୁହେଁ, ଏବେ ମଲ୍ଟିନ୍ୟାଶନାଲ ଟେକ୍ନୋଲୋଜି କମ୍ପାନୀ Yahoo ମଧ୍ୟ ଚୀନରୁ ମୁହଁ ଫେରାଇ ନେଇଛି।

Yahoo ଚୀନରେ ନିଜର ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଯଦିଓ ଚୀନର ଡିଜିଟାଲ ସେନ୍‌ସରଶିପ କାରଣରୁ କମ୍ପାନୀ ପୂର୍ବରୁ ହିଁ ନିଜର କେତେକ ସେବା ବନ୍ଦ କରି ସାରିଛି। ଚୀନର କମ୍ୟୁନିଷ୍ଟ ସରକାର ନିଜ ଦେଶରେ ଚାଲୁଥିବା ବଡ଼ କମ୍ପାନୀ ଉପରେ ନିଜର ନିୟନ୍ତ୍ରଣ ବଢ଼ାଇବା ଆରମ୍ଭ କରି ଦେଇଛି, ଯେଉଁ କାରଣରୁ Yahoo ଏତେ ବଡ଼ ପଦକ୍ଷେପ ଉଠାଇଛି ବୋଲି କୁହାଯାଉଛି। ଚୀନରେ ସେବା ବନ୍ଦ କରିବା ପରେ କମ୍ପାନୀ କହିଛି ଯେ ସେ ଇଣ୍ଟରନେଟରେ ସ୍ୱତନ୍ତ୍ର ସେବା ଦେବା ପାଇଁ ପ୍ରତିବଦ୍ଧ। ଏଥି ପୂର୍ବରୁ Google ମଧ୍ୟ ଏଠାରେ ନିଜର ସର୍ଭିସ୍‌ ବନ୍ଦ କରି ସାରିଛି। ମାଇକ୍ରୋସଫ୍ଟର ଚାକିରି ସମ୍ବନ୍ଧିତ ନେଟ୍‌ଓ୍ଵାର୍କିଂ ପ୍ଲାଟଫର୍ମ LinkedIn ମଧ୍ୟ ଖୁବ୍‌ ଜଲ୍‌ଦି ଚୀନରେ ସର୍ଭିସ୍‌ ବନ୍ଦ କରିବାକୁ ଯାଉଛି।

ଚୀନରେ ବର୍ତ୍ତମାନ ସମୟରେ ବିଜୁଳି ସଙ୍କଟ ଦେଖା ଦେଇଛି, ଯାହାର ଏକମାତ୍ର କାରଣ ହେଉଛି ଶି ଜିନ୍‌ପିଙ୍ଗ୍‌ଙ୍କ ଏକଜିଦିଆ ଗୁଣ। ଯେତେବେଳେ ଚୀନରେ କୋଇଲାର ଅଭାବରେ ବିଜୁଳି ସଙ୍କଟ ସୃଷ୍ଟି ହୋଇଥିଲା, ସେତେବେଳେ ଅଷ୍ଟ୍ରେଲିଆ କୋଇଲା କିଣିବାକୁ ଅଫର ଦେଇଥିଲା। କିନ୍ତୁ ଶତ୍ରୁତା ହେତୁ ଚୀନ ଅଷ୍ଟ୍ରେଲିଆରୁ କୋଇଲା କିଣି ନ ଥିଲା, ବରଂ ନିଜର ଏଠାରେ ଗଚ୍ଛିତ ରଖିଥିବା ଡିଜେଲରୁ ହିଁ ବିଜୁଳି ଉତ୍ପାଦନ କରି ନେଇଥିଲା। ଏଥିଯୋଗୁ ସ୍ଥିତି ବର୍ତ୍ତମାନ ଏପରି ହୋଇଛି ଯେ ଚୀନରେ ଡିଜେଲ ମିଳୁନାହିଁ।

ଏପଟେ ଚୀନ ସରକାର ଲୋକଙ୍କୁ ଖାଦ୍ୟପେୟ ଜିନିଷ ଜମା କରି ରଖିବାକୁ କହିଛନ୍ତି। ଏହି ଆଦେଶ ପରେ ଦେଶରେ ଭିଡ଼ ପରିସ୍ଥିତି ଦେଖାଦେଇଛି। ଶପିଙ୍ଗ୍‌ ମଲ ବାହାରେ ଲମ୍ବା ଲାଇନ୍‌ ଲାଗିଛି। ଯାହାକୁ ଯାହା ମିଳୁଛି, ତାହାକୁ ସେ ଷ୍ଟୋର୍‌ କରି ନେଉଛି। ତେବେ ଏହି ଖାଦ୍ୟ ଅଭାବର ଦୁଇଟି ବଡ଼ କାରଣ ହେଉଛି, ପ୍ରଥମତଃ ଡିଜେଲ ଅଭାବ ଏବଂ ଦ୍ୱିତୀୟରେ ବନ୍ୟା ପରିସ୍ଥିତି। ଚୀନରେ ଡିଜେଲ ଅଭାବ ଯୋଗୁ ଟ୍ରକଗୁଡ଼ିକ ଠିକ୍‌ ଭାବେ ଯୋଗାଣ କରିପାରୁ ନାହାନ୍ତି। ଏହା ବ୍ୟତୀତ ଅକ୍ଟୋବର ଆରମ୍ଭରୁ ଚୀନର କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହାକି ଚାଷଜମି ଉପରେ ପ୍ରଭାବ ପକାଇଥିଲା। ଏହା ମଧ୍ୟ ଖାଦ୍ୟ ଅଭାବର ପ୍ରମୁଖ କାରଣ ବୋଲି କୁହାଯାଉଛି। ଚୀନ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ କରୋନା ସଂକ୍ରମଣ ଯୋଗୁ ୨୧ ମାସ ହେବ ଦେଶ ବାହାରକୁ ଯାଇ ନାହାନ୍ତି। ଏପରି କି, ସେ ଇଟାଲିରେ ହୋଇଥିବା ଜି-୨୦ ଦେଶଗୁଡ଼ିକର ଶିଖର ସମ୍ମିଳନୀରେ ମଧ୍ୟ ଯୋଗଦେଇ ନ ଥିଲେ। ରୋମ୍‌ ଯିବା ପରିବର୍ତ୍ତେ ସେ ଅନଲାଇନରେ ହିଁ ଏହି ସମ୍ମିଳନୀରେ ଭାଗ ନେଇଥିଲେ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago