ରାଧେ ମା’ଙ୍କ ଭୀଷ୍ମ ପ୍ରତିଜ୍ଞା , କହିଲେ ଆଉ କେବେ ବସିବେନି ଭକ୍ତଙ୍କ କୋଳରେ

ପୁଣି ଥରେ ଚର୍ଚ୍ଚାରେ ନିଜ ଡ୍ୟାନ୍ସ ଏବଂ ବୟାନବାଜୀକୁ ନେଇ ସର୍ବଦା ବିବାଦରେ ରହୁଥିବା ରାଧେ ମା’ । ଏଥର ଚର୍ଚ୍ଚା ଏହି ଧର୍ମଗୁରଙ୍କ ଭୀଷ୍ମ ପ୍ରତିଜ୍ଞାକୁ ନେଇ । ଆଉ ଭକ୍ତଙ୍କ କୋଳରେ ବସିବେନି ବୋଲି ପ୍ରତିଜ୍ଞା କରିଛନ୍ତି ରାଧେ ମା’ ।

ସୂଚନା ଅନୁସାରେ, ଜୁନା ଅଖାଡାକୁ ଫେରିଛନ୍ତି ରାଧେ ମା । ଆଉ ଏଥିପାଇଁ ଲିଖିତ ଭାବରେ କ୍ଷମାପ୍ରାର୍ଥନା ମଧ୍ୟ ଦେଇଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ସେ ଭବିଷ୍ୟତରେ ଏମିତି କୌଣସି କାମ କରିବେନି ଯାହା ଅଖାଡାର ନିମୟ ବିରୁଦ୍ଧ । ଏହି କ୍ଷମା ପ୍ରାର୍ଥନା ପରେ ଅଖାଡା ନା କେବଳ ରାଧେ ମାଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିଛନ୍ତି ବରଂ ତାଙ୍କୁ ମହାମଣ୍ଡଳେଶ୍ବର ପଦବୀ ମଧ୍ୟ ଫେରସ୍ତ ଦେଇଛନ୍ତି ।

ଏହା ସହ ପଢନ୍ତୁ ମାଜିଷ୍ଟ୍ରେଟଙ୍କୁ ମୁଖ୍ୟମନ୍ତ୍ରୀ ଭୟ : ଯୋଗୀ ଆଦିତ୍ୟନାଥଙ୍କୁ ଦେଖି ଆଥଲେଟ୍ ପରି ଦୌଡିଲେ ମହିଳା କଲେକ୍ଟର, ଭିଡିଓ ହେଉଛି ଭାଇରାଲ୍

Radhe Maaସୂଚନାଯୋଗ୍ୟ, କିଛି ଦିନ ତଳେ ଅଖାଡା ପକ୍ଷରୁ ଭଣ୍ଡବାବା ଏବଂ ସନ୍ଥମାନଙ୍କର ଏକ ତାଲିକା ଜାରି କରାଯାଇଥିଲା । ଯେଉଁଥିରେ ରାଧେ ମାଙ୍କ ନାଁ ମଧ୍ୟ ସାମିଲ୍ ଥିଲା । ତାଲିକାରେ ରାଧେ ମାଙ୍କ ସହ ପାୟଲଟ୍ ବାବାଙ୍କ ନାଁ ମଧ୍ୟ ଥିଲା । ଏବେ ଉଭୟ ଜୁନା ଅଖାଡାକୁ ଫେରିଛନ୍ତି । ତେବେ ଫେରିବା ପୂର୍ବରୁ ଦେଇଥିବା କ୍ଷମା ପ୍ରାର୍ଥନାରେ ଲେଖିଛନ୍ତି ଯେ ଆଉ କେବେ ଭକ୍ତଙ୍କ କୋଳରେ ବସି ଡ୍ୟାନ୍ସ କରିବେନି । ଏହା ସହ ଅଖାଡାର ନିୟମ ଭାଙ୍ଗୁଥିବା କୌଣସି କାମ ମଧ୍ୟ କରିବେନି ।

ଏହା ସହ ପଢନ୍ତୁ ଆୟକର ବିଭାଗର ସବୁଠୁ ବଡ ଚଢାଉ, ମାସେ ହେବ ସରୁନି ଟଙ୍କା ଗଣା

ଅଖାଡାକୁ ଫେରିବା ପରେ ଏବେ କୁମ୍ଭ ମେଳାରେ ମହାମଣ୍ଡଳେଶ୍ବର ହିସାବରେ ରାଧେ ମାଙ୍କୁ ଭୂମି ସହ ଅନ୍ୟ ସୁବିଧା ମଧ୍ୟ ମିଳିବ । ତେବେ ରାଧେ ମା ଅଖାଡାକୁ ଫେରିବାକୁ ନେଇ ବିବାଦ ଆରମ୍ଭ ହୋଇଛି । କିଛି ସାଧୁ ସନ୍ଥ ରାଧେ ମାଙ୍କ ପ୍ରତ୍ୟାବର୍ତ୍ତନକୁ ବିରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.