ବାହାଘରରେ ନୂଆ ବଦଳରେ ପୁରୁଣା ଗହଣା ପିନ୍ଧିଥିଲେ ରାଧିକା, ପୂର୍ବରୁ ଏହାକୁ ପିନ୍ଧିସାରିଥିଲେ ଭଉଣୀ ଅଞ୍ଜଳି

ଭାରତର ନଂ ୧ ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଏବଂ ବୋହୂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଧୁମଧାମରେ ସରିଛି । ଏକ ଭବ୍ୟ ସମାରୋହ‌ରେ ପରସ୍ପରର ସାତ ଜନମର ସାଥି ହୋଇଛନ୍ତି ଅନନ୍ତ ଏବଂ ରାଧିକା । ଦେଶର ସବୁଠାରୁ ବଡ ବିବାହ ଉତ୍ସବରେ ରାଜନୀତି, ମନୋରଞ୍ଜନ ଓ ବିଜନେସ ଜଗତର ବଡ଼ ବଡ଼ ସେଲିବ୍ରିଟି ସାମିଲ ହୋଇଥିଲେ ।

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ପାଇଁ ପ୍ରାୟ ୩ରୁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଚର୍ଚ୍ଚା ହେଉଛି । ବାହାଘର ସରିଛି, ହେଲେ ୩ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବିବାହ ଉତ୍ସବ । ଜୁଲାଇ ୧୨ରେ ବାହାଘର, ୧୩ରେ ମଙ୍ଗଳ ଉତ୍ସବ ଏବଂ ୧୪ରେ ରିସେପସନ ।

ରାଧିକା ବିବାହରେ ଅବୁ ଜାନୀ ସନ୍ଦୀପ ଖୋସଲାଙ୍କ କଷ୍ଟମ୍ ଡିଜାଇନର୍ ଲେହେଙ୍ଗା ପିନ୍ଧିଥିଲେ । ନିଜ ବରଣମାଳା ପାଇଁ ରାଧିକା ଗୁଜରାଟୀ କନ୍ୟାଙ୍କ ପରି ଧଳା ଓ ନାଲି ରଂଗର ପୋଷାକ ପିନ୍ଧିଥିଲେ । ଯେଉଁଥିରେ ରାଧିକା ଖୁବ୍ ସୁନ୍ଦର ଦିଶୁଥିଲେ । ରାଧିକା ତାଙ୍କ ବାହାଘରରେ ନୂଆ ଗହଣା ବଦଳରେ ତାଙ୍କ ଘରର ପୁରୁଣା ଅଳଙ୍କାରକୁ ପିନ୍ଧିଥିଲେ । ସେହି ଗହଣାକୁ ରାଧିକାଙ୍କ ଭଉଣୀ ଅଞ୍ଜଳି ମର୍ଚାଣ୍ଟ ୨୦୨୦ରେ ନିଜ ବାହାଘରରେ ପିନ୍ଧିଥିଲେ । ଅଞ୍ଜଳି ନିଜ ବାହାଘରରେ ଏହି ଗହଣା ପିନ୍ଧିଥିଲେ । ରାଧିକାଙ୍କ ମଥାଟିକା, ହାତଫୁଲ ଏବଂ କାନଫୁଲ ମଧ୍ୟ ଅଞ୍ଜଳି ତାଙ୍କ ବିବାହରେ ପିନ୍ଧିସାରିଥିଲେ ।

ପ୍ରଥମ ଥର ନୁହେଁ ରାଧିକା ୨୦୧୮ରେ ଇଶାଙ୍କ ରିସେପସନରେ ଅଳଙ୍କାର ସହିତ ମଥାଟିକା ମଧ୍ୟ ପିନ୍ଧିଥିଲେ । ଷ୍ଟାଇଲିଷ୍ଟ ରିୟା କପୁର କହିଛନ୍ତି, ରାଧିକା ନିଜ ମା, ଆଈ ଏବଂ ଭଉଣୀର ଅଳଙ୍କାର ପିନ୍ଧିଥିଲେ । ସମସ୍ତେ ଏହି ଅଳଙ୍କାରକୁ ନିଜ ବିବାହରେ ପିନ୍ଧିଥିଲେ ।

ସେହିପରି ବିଦାୟୀ ସମୟରେ ରାଧିକର ନାଲି ରଙ୍ଗର ବନାରସୀ ଲେହେଙ୍ଗା ପିନ୍ଧିଥିଲେ । ଯାହାର ବ୍ଲାଉଜ୍ ଉପରେ ସୁନ‌ା ସୁତାର କାମ ହୋଇଥିଲା । ନିଜର ବରଣମାଳା ବେଳରେ ଏହି ଅଳଙ୍କାରକୁ ପରିଧାନ କରିଥିଲେ । ରାଧିକାଙ୍କ ଦୁଇଟି ଯାକ ଲୁକ୍‌ର ଫଟୋ ଭାଇରଲ ହେଉଛି ।