ରାଫେଲ ଡିଲକୁ ଅସ୍ତ୍ର କରିବ କଂଗ୍ରେସ : ସବୁ ରାଜ୍ୟର ନେତାଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ(କେନ୍ୟୁଜ୍) : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏଆଇସିସିର ସଜବାଜ । ବିଜେପିକୁ ଆକ୍ରମଣ ପାଇଁ ରୋଡ଼୍ ମ୍ୟାପ୍ ପ୍ରସ୍ତୁତ କରିଛି କଂଗ୍ରେସ । ନୂଆ ଦିଲ୍ଲୀରେ ସବୁ ରାଜ୍ୟର ଛାମୁଆ ନେତାଙ୍କ ସହ ଆଲୋଚନା କରି ମନ୍ତ୍ର ଫୁଙ୍କିଛନ୍ତି ରାହୁଲ ଗାନ୍ଧୀ । ସମସ୍ତ ପିସିସି ପଭାପତି, ସାଧାରଣ ସଂପାଦକ, ପ୍ରଭାରୀ ଏବଂ ବିଧାୟକ ଦଳ ନେତାଙ୍କୁ ଭେଟିଛନ୍ତି ରାହୁଲ । ଏଥର ନିର୍ବାଚନରେ ବିଜେପି ବିରୋଧରେ ରାଫେଲ ଡିଲକୁ ଅସ୍ତ୍ର କରିବ କଂଗ୍ରେସ । ଏହି ପ୍ରସଙ୍ଗକୁ ଆଦୌ ହାତଛଡା କରିବାକୁ ଚାହୁଁ ନାହାନ୍ତି ରାହୁଲ ।

ଆଗକୁ ପଢ଼ନ୍ତୁ :କମାଣ ସମ୍ଭାଳିଲେ କପ୍ତାନ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ ଇମ୍ରାନ୍‌

ପୂର୍ବରୁ ସେ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇଥିଲେ । ବିଭିନ୍ନ ସଭାସମିତିରେ ମଧ୍ୟ ରାଫେଲ ଡିଲ୍ ପ୍ରସଙ୍ଗ ଉଠାଇ ମୋଦିଙ୍କୁ ଟାର୍ଗେଟ୍ କରୁଛନ୍ତି ରାହୁଲ । ରାଫେଲ ଜେଟ୍ର ଦାମ୍ ୫୪୦ କୋଟି ଟଙ୍କାରୁ କିଭଳି ୧୪ଶହ କୋଟି ଟଙ୍କା ହେଲା ବୋଲି ପୂର୍ବରୁ ରାହୁଲ ପ୍ରଶ୍ନ କରିଥିଲେ । ସେହିଭଳି ଏହି ପ୍ରକଳ୍ପ ଅନୀଲ ଅମ୍ବାନୀଙ୍କ କମ୍ପାନୀକୁ କିଭଳି ଦିଆଗଲା ସେ ନେଇ ପ୍ରଶ୍ନ ଉଠାଇଥିଲେ ରାହୁଲ । ଆଗାମୀ ସାଧାରଣ ନିର୍ବଚନରେ କଂଗ୍ରେସର ପ୍ରମୁଖ ପ୍ରସଙ୍ଗ ହେବ ରାଫେଲ ଡିଲ୍ ।