ମେ’ ୧୩ରେ ରାଘବ ଚଢା-ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ!

ଆପ୍‌ ନେତା ରାଘବ ଚଢା ଓ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ମେ’ ୧୩ରେ ଦିଲ୍ଲୀରେ ନିର୍ବନ୍ଧ କରିବାକୁ ଯାଉଛନ୍ତି। ଏହି ଇଭେଣ୍ଟ୍‌ରେ ପରିବାର ଏବଂ ସାଙ୍ଗମାନଙ୍କୁ ମିଶାଇ ପାଖାପାଖି ୧୫୦ ଅତିଥି ସାମିଲ ହେବେ।

ଆପ୍‌ ନେତା ରାଘବ ଚଢା ଓ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ମେ’ ୧୩ରେ ଦିଲ୍ଲୀରେ ନିର୍ବନ୍ଧ କରିବାକୁ ଯାଉଛନ୍ତି। ଏହି ଇଭେଣ୍ଟ୍‌ରେ ପରିବାର ଏବଂ ସାଙ୍ଗମାନଙ୍କୁ ମିଶାଇ ପାଖାପାଖି ୧୫୦ ଅତିଥି ସାମିଲ ହେବେ। ଯଦିଓ ଏ ପର୍ଯ୍ୟନ୍ତ ବିବାହର ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ଅନୁମାନ କରାଯାଉଛି କି, ଏହି କପଲ୍‌ ବର୍ଷ ଶେଷ ଆଡ଼କୁ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି।

ପ୍ରକୃତରେ, ରାଘବ ଓ ପରିଣୀତି କେବେ ବି ସେମାନଙ୍କ ସମ୍ପର୍କ ବିଷୟରେ ମୁହଁ ଖୋଲି କହିନାହାନ୍ତି, କିନ୍ତୁ ଦିଲ୍ଲୀ ଏବଂ ମୁମ୍ବାଇରେ ବିଭିନ୍ନ ସମୟରେ ସେମାନେ ଏକାଠି ନଜର ଆସିଛନ୍ତି। ନିକଟରେ ଦୁହେଁ ଆଇପିଏଲ୍‌ ମ୍ୟାଚ୍‌ ଏକାଠି ଦେଖୁଥିବାର ଦେଖାଯାଇଥିଲେ।

ରାଘବ ଓ ପରିଣୀତି ଦୁହେଁ ପରସ୍ପରକୁ ଏବେ ନୁହେଁ, ବରଂ ଅନେକ ଦିନରୁ ଜାଣିଛନ୍ତି। ଦୁହେଁ ମିଶି ଲଣ୍ଡନର ସ୍କୁଲ ଅଫ୍‌ ଇକୋନୋମିକ୍ସରେ ପାଠ ପଢ଼ୁଥିଲେ। ସେବେଠାରୁ ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଆସିଛି।

ଅନ୍ୟପଟେ କିଛି ଦିନ ପୂର୍ବେ ରାଘବ ଓ ପରିଣୀତିଙ୍କ ସମ୍ପର୍କକୁ ନେଇ ଆପ୍‌ ସାଂସଦ ସଞ୍ଜୀବ ଅରୋରା କହିଥିଲେ ଯେ ବହୁତ ଜଲ୍‌ଦି ଦୁଇଜଣ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି। ଏବେ ଦୁହିଁଙ୍କ ନିର୍ବନ୍ଧର ଖବର ସାମ୍ନାକୁ ଆସିବା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।