ସ୍ୱରା ଭାସ୍କର ଓ ଫହାଦ ଅହମ୍ମଦଙ୍କ ରିସେପ୍ସନ ପାର୍ଟିରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ଫଟୋ ଭାଇରାଲ ପରେ ଲୋକେ ଦେଲେ ଏମିତି କମେଣ୍ଟ୍‌

ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ବିବାହ କରିବା ପରେ ଗତକାଲି ଦିଲ୍ଲୀରେ ରିସେପ୍ସନ ଭୋଜି ଦେଇଥିଲେ। ତାଙ୍କ ରିସେପ୍ସନ ପାର୍ଟିରେ ବହୁ ବଲିଉଡ୍‌ ସେଲିବ୍ରିଟିଙ୍କ ସହ ରାଜନୈତିକ ଦଳର ନେତାମାନେ ମଧ୍ୟ ଯୋଗ ଦେଇଥିଲେ।

ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ବିବାହ କରିବା ପରେ ଗତକାଲି ଦିଲ୍ଲୀରେ ରିସେପ୍ସନ ଭୋଜି ଦେଇଥିଲେ। ତାଙ୍କ ରିସେପ୍ସନ ପାର୍ଟିରେ ବହୁ ବଲିଉଡ୍‌ ସେଲିବ୍ରିଟିଙ୍କ ସହ ରାଜନୈତିକ ଦଳର ନେତାମାନେ ମଧ୍ୟ ଯୋଗ ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ସ୍ୱରା ଓ ଫହାଦଙ୍କ ରିସେପ୍ସନ ପାର୍ଟିରେ ପହଞ୍ଚିଥିଲେ। ତାଙ୍କ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ବିଭିନ୍ନ କମେଣ୍ଟ କରିବାକୁ ଲାଗିଛନ୍ତି।

କଡ଼ା ସୁରକ୍ଷା ମଧ୍ୟରେ ରାହୁଲ ଗାନ୍ଧୀ ସ୍ୱରା ଓ ଫହାଦଙ୍କ ରିସେପ୍ସନରେ ପହଞ୍ଚିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିବ ଯେ ରାହୁଲ ଗାନ୍ଧୀ ସ୍ୱରା ଓ ଫହାଦଙ୍କ ସହ ଖୁବ୍‌ ଫଟୋ ଉଠାଉଛନ୍ତି। ରାହୁଲଙ୍କ ଭାଇରାଲ ଫଟୋରେ କିଛି ଲୋକ ସ୍ୱରା ଭାସ୍କରଙ୍କୁ ପଚାରିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାହିଁକି ନିମନ୍ତ୍ରଣ କରିନାହଁ’।

@ Surya_rawat4 ନାମକ ୟୁଜର କମେଣ୍ଟ କରିଛନ୍ତି, ‘କାହାର ବ୍ୟକ୍ତିଗତ ଜୀବନ ଉପରେ କିଛି ମନ୍ତବ୍ୟ ଦେବା ଉଚିତ୍ ନୁହେଁ, କିନ୍ତୁ ନେତା ଓ କଳାକାରଙ୍କ ଦାମ୍ପତ୍ୟ ଜୀବନ ଅସ୍ଥିର ରୁହେ। କଳାକାର ଉନ୍ମୁକ୍ତ, ସ୍ୱତନ୍ତ୍ର ଚିନ୍ତାଧାରାର, କିନ୍ତୁ ନେତା ପ୍ରଭୁତ୍ୱ ସ୍ଥାପନ କରିବାକୁ ଚେଷ୍ଟା କରିଥାଏ। ବହୁତ କିଛି ଖାସ୍‌ ହେବାକୁ ଯାଉନାହିଁ। ତଥାପି ଶୁଭକାମନା’।

@ UmeshTr22546353 ନାମକ ୟୁଜର ଲେଖିଛନ୍ତି, ‘ସ୍ୱରା ଭାସ୍କର ଯେତିକି ଭଲ ଅଭିନେତ୍ରୀ, ରାହୁଲ ଗାନ୍ଧୀ ସେତିକି ହିଁ ଜଣେ ଭଲ ଲିଡର’। @SrishirajIND ନାମକ ୟୁଜର ଲେଖିଛନ୍ତି, ‘କେତେ ଦିନ ପର୍ଯ୍ୟନ୍ତ ଆପଣ ଅନ୍ୟର ବିବାହରେ ସାମିଲ ହେଉଥିବେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.