ଦେଶ ବିଦେଶ

ଦିଲ୍ଲୀ ରାସ୍ତାରେ ବୁଲି ବୁଲି ଖାଦ୍ୟର ମଜା ନେଲେ ରାହୁଲ ଗାନ୍ଧୀ, କହିଲେ, ସ୍ୱାଦିଷ୍ଟ ବ୍ୟଞ୍ଜନ ରାନ୍ଧନ୍ତି ମୋ ମା’ ସୋନିଆ ଗାନ୍ଧୀ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ଯିବା ପରେ ନିକଟରେ ସେ ଜଣେ ଫୁଡ୍‌ ବ୍ଲଗରଙ୍କୁ ଇଣ୍ଟରଭ୍ୟୁ ଦେଇଥିଲେ, ଯେଉଁଥିରେ ସେ ରାଜନୀତିକୁ ଛାଡ଼ି ନିଜ ବିଷୟରେ ଅନେକ କଥା କହିଥିଲେ। କଂଗ୍ରେସ ନେତା ସମ୍ପୃକ୍ତ ୟୁଟ୍ୟୁବ ଚ୍ୟାନେଲରୁ ଏକ ଭିଡିଓ କ୍ଲିପ୍‌ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଏହି କ୍ଲିପ୍ରେ ସେ ଅନେକ ଜିନିଷ ବିଷୟରେ କହିଛନ୍ତି, ଯେପରି ତାଙ୍କର ‘ଫେଭରେଟ୍‌ ଶେଫ୍‌’ କିଏ? ତାଙ୍କ ପସନ୍ଦର ଖାଦ୍ୟ କ’ଣ ଇତ୍ୟାଦି। ଇଣ୍ଟରଭ୍ୟୁରେ ରାହୁଲ କହିଛନ୍ତି ଯେ ସେ ସକାଳେ କଫି ପିଇବାକୁ ପସନ୍ଦ କରନ୍ତି ଏବଂ ସନ୍ଧ୍ୟାରେ ଚା’ ପିଅନ୍ତି।

ଭିଡିଓରେ ରାହୁଲ କହିଛନ୍ତି, ଯଦି ତାଙ୍କୁ କେହି ମସଲାଯୁକ୍ତ ଏବଂ ମିଠା ଖାଦ୍ୟ ମଧ୍ୟରେ ଗୋଟିଏକୁ ବାଛିବାକୁ କହିବେ, ତେବେ ସେ ମିଠା ଖାଦ୍ୟକୁ ହିଁ ବାଛିବେ। ତାଙ୍କ ଅନୁସାରେ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବେଷ୍ଟ୍‍ ଶେଫ୍‌ଙ୍କ ମଧ୍ୟରୁ ଜଣେ।

ଏଥିସହିତ ସେ କହିଛନ୍ତି କି, ତାଙ୍କ ମା’ ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ତାଙ୍କ ମା’ ସବୁଠାରୁ ଭଲ ଖାଦ୍ୟ ରାନ୍ଧନ୍ତି। ପ୍ରିୟଙ୍କା ଗାନ୍ଧୀ ଦ୍ୱିତୀୟ ସ୍ଥାନରେ ଏବଂ ରାହୁଲ ନିଜେ ତୃତୀୟ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ସେ ଭାରତୀୟ ମିଠା ଖାଇବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି।

ରାହୁଲ ଏହି ସମୟରେ ପୁରୁଣା ଦିଲ୍ଲୀର ମାଟିଆ ମହଲ ବଜାର ଏବଂ ବଙ୍ଗାଳି ବଜାର ବୁଲିଥିଲେ। ଏଠାରେ ସେ ଅନେକ ଲୋକପ୍ରିୟ ବ୍ୟଞ୍ଜନର ଲାଭ ଉଠାଇଥିଲେ। ସେ ବଙ୍ଗାଳି ବଜାରରେ ନାଥୁରାମଙ୍କ ମିଠା ଏବଂ ଗୁପ୍‌ଚୁପ୍‌ ଖାଇଥିଲେ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago