ରାହୁଲଙ୍କୁ ମିଳିଲା ଜନ୍ମଦିନର ଉପହାର : ଦଳିତଙ୍କ ଭିଡ଼ିଓ ପୋଷ୍ଟ ପାଇଁ ନୋଟିସ ହେଲା ଜାରି

ନୂଆଦିଲ୍ଲୀ : ଜନ୍ମଦିନ ଅବସରରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କୁ ଦଳିତଙ୍କ ଭିଡ଼ିଓ ପୋଷ୍ଟ ଜନିତ ନୋଟିସର ସମ୍ନା କରିବାକୁ ପଡ଼ିଛି। କିଛି ଦିନ ପୂର୍ବେ ରାହୁଲ ତାଙ୍କ ଟ୍ବିଟରରେ ଦଳିତ ନାବାଳକଙ୍କୁ ମାରି ଉଲଗ୍ନ କରୁଥିବାର ଏକ ଭିଡ଼ିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ନାବାଳିକାଙ୍କ ଚେହେରାକୁ ଲୁଚାଇନଥିଲେ । ଏନେଇ ତାଙ୍କୁ ବିଭିନ୍ନ ସ୍ଥରରେ ଲୋକଲଜ୍ଜ୍ୟାର ସମ୍ନା କରିବାକୁ ପଡ଼ିଥିବା ବେଳେ ଗତ କାଲି ତାଙ୍କ ଜନ୍କଦିନ ଅବସରରେ ତାଙ୍କୁ ଆଇନଗତ ନୋଟିସ ମଳିଛି। ଏହି ନୋଟିସ ତାଙ୍କୁ ମହାରାଷ୍ଟ୍ର ଶିଶୁ ସଂରକ୍ଷଣ ବିଭିଗ ତରଫରୁ ମିଳିଥିବା ବେଳେ ଏଥିରେ ସେ କାହିଁକି ଭିଡ଼ିଓରେ ନାବାଳକଙ୍କର ମୁହଁ ଲୁଚାଇ ନଥିଲା ସେନେଇ ପ୍ରଶ୍ନର ଉତ୍ତର ୧୦ ଦିନ ମଧ୍ୟରେ ଦେବା ପାଇଁ ଆଦେଶ ଦିଆଯାଇଛି।

ନୋଟିସଟି ଜୁଭେନାଇଲ ଆଇନ ଧାରା ୭୪ ଅନ୍ତର୍ଗତ ଜାରି କରାଯାଇଥିବା ବେଳେ ନାବାଳିକଙ୍କର ପରିଚୟ ପ୍ରକଶ ନେଇ ତାଙ୍କ ଉପରେ ଆରୋପ ଲାଗିଛି। ରାହୁଲ ଗାନ୍ଧୀଙ୍କ ଟ୍ବିଟରର ଏହି ଭିଡ଼ିଓକୁ ୯ହଜାରୁ ଅଧିକ ଶେୟାର କରାଯାଇଛି।

ଭିଡ଼ିଓ ଅନୁଯାୟୀ , ମହାରାଷ୍ଟ୍ର ଜଲଗ୍ରାମ ଜିଲ୍ଲାର ବିକାଡ଼ି ଗ୍ରାମରେ ତିନି ନାବାଳକଙ୍କୁ ଗାଧୋଇ ଯାଇଥିବା ସମୟରେ ପୋଖରୀ ନିକଟରେ ପିଟା ଯାଇଥିଲା ।ଘଟଣା ଜୁନ୍ ୧୦ରେ ଘଟିଥିବା ବେଳେ ଏହାର ଭିଡ଼ିଓ ୧୫ ଜୁନ ରେ ଭାଇରାଲ ହୋଇଥିଲା । ରାହୁଲଙ୍କ ଛଡ଼ା ଏହି ଘଟଣାରେ ପୋସ୍କୋ ଧାରା ଅନ୍ତର୍ଗତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.