ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧିଙ୍କ ଚିଠି : ମହିଳା ସଂରକ୍ଷଣ ବିଲ୍ ଆଗତ କରାଯାଉ

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନ ପୂର୍ବରୁ, ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧିଙ୍କ ଚିଠି। କଂଗ୍ରେସ ବିଲ୍ ପାସ କରାଇବାରେ ସମସ୍ତ ସହଯୋଗ କରିବ। ଏହି ବିଲ୍ ୨୦୧୦ରେ ୟୁପିଏ ସରକାର ଆଗତ କରିଥିଲେ। ଯାହା ରାଜ୍ୟସଭାରେ ପାସ୍ ହୋଇଛି।

କିନ୍ତୁ ଆଠ ବର୍ଷ ହେଲା ଲୋକସଭାରେ ଅଟକି ରହିଛି। ରାହୁଲ କହିଛନ୍ତି, ୨୦୧୪ରେ ବିଜେପି ମହିଳା ସଂରକ୍ଷଣ ବିଲ୍ ପାସ କରିବ ବୋଲି ଘୋଷଣା ପତ୍ରରେ ଉଲ୍ଲେଖ କରିଥିଲା। ଏବେ ତାହା କାର୍ୟ୍ୟକାରୀ କରିବା ପାଇଁ ସମୟ ଆସିଛି ବୋଲି ରାହୁଲ କହିଛନ୍ତି । କିଛି ଦିନ ତଳେ ଆଜମଗଡ଼ର ଏକ ସଭାରେ ଟ୍ରିପଲ ତଲାକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଥିଲେ, କେବଳ ମୁସଲମାନ ପୁରୁଷଙ୍କୁ କଂଗ୍ରେସ ସମର୍ଥନ କରେ।

ମୁସଲମାନ ମହିଳାଙ୍କୁ ଦଳ ସମର୍ଥନ କରେନି। ଏବେ ରାହୁଲ ଚିଠି ଲେଖି, ଏକ ପ୍ରକାର ପାଲଟା ଚ୍ୟାଲେଞ୍ଜ କରିଛନ୍ତି। ଯଦି ବିଜେପି ମହିଳାଙ୍କ ଉନ୍ନତି ପାଇଁ କାମ କରୁଛି, ତେବେ ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ପାସ୍ କରୁ। ଦଳମତଠାରୁ ଉପରକୁ ଉଠି କଂଗ୍ରେସ ବିଲ୍କୁ ସମର୍ଥନ କରିବ ବୋଲି ରାହୁଲ ଗାନ୍ଧି କହିଛନ୍ତି।

You might also like