୪ ବର୍ଷ ତଳର ମାମଲାରେ ରାହୁଲଙ୍କୁ ଜେଲ୍, ୨ ମିନିଟ୍ ପରେ ବେଲ୍
୪ ବର୍ଷ ତଳର ମାମଲାରେ ରାହୁଲଙ୍କ ଜେଲ୍ । ୨ ମିନିଟ୍ ପରେ ବେଲ୍ । ମାନହାନୀ ମାମଲାରେ ଆଜି ରାହୁଲ ଗାନ୍ଧିଙ୍କୁ ସୁରଟ ଜିଲ୍ଲା କୋର୍ଟ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ତେବେ ଏହାର ୨ ମିନିଟ ପରେ ବେଲ୍ ପାଇଥିଲେ ରାହୁଲ ଗାନ୍ଧି । ଦଣ୍ଡାଦେଶ ଶୁଣାଣି ପାଇଁ ଆଜି କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧି ।

ନୂଆଦିଲ୍ଲୀ : ୪ ବର୍ଷ ତଳର ମାମଲାରେ ରାହୁଲଙ୍କ ଜେଲ୍ । ୨ ମିନିଟ୍ ପରେ ବେଲ୍ । ମାନହାନୀ ମାମଲାରେ ଆଜି ରାହୁଲ ଗାନ୍ଧିଙ୍କୁ ସୁରଟ ଜିଲ୍ଲା କୋର୍ଟ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ତେବେ ଏହାର ୨ ମିନିଟ ପରେ ବେଲ୍ ପାଇଥିଲେ ରାହୁଲ ଗାନ୍ଧି । ଦଣ୍ଡାଦେଶ ଶୁଣାଣି ପାଇଁ ଆଜି କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧି ।
ସୁରଟ ଜିଲ୍ଲା କୋର୍ଟଙ୍କ ରାୟ ବିରୋଧରେ ଉପର କୋର୍ଟ ଯିବାକୁ ତାଙ୍କୁ ୩୦ ଦିନର ସମୟ ମିଳିଛି । ୨୦୧୯ ନିର୍ବାଚନ ରାଲି ବେଳେ କର୍ଣ୍ଣାଟକରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧି । ସେ କହିଥିଲେ, ନିରବ ମୋଦି, ଲଳିତ ମୋଦି ଓ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆ କାହିଁକି ଏକା ଭଳି ? ଏଭଳି ବୟାନକୁ ନେଇ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନୀ ମୋକଦ୍ଦମା ଦାୟର କରିଥିଲେ ।