ମସ୍‌ଜିଦରୁ ଅଜାନ୍‌ ସ୍ୱର ଶୁଣି ମଝିରୁ ଭାଷଣ ରୋକିଲେ ରାହୁଲ ଗାନ୍ଧୀ, ଲୋକଙ୍କୁ ମଧ୍ୟ ଚୁପ୍‌ ରହିବାକୁ ଦେଲେ ସଙ୍କେତ

କର୍ଣ୍ଣାଟକରେ ସମସ୍ତ ରାଜନୈତିକ ଦଳ ବିଧାନସଭା ନିର୍ବାଚନ ପ୍ରଚାରରେ ମାତିଛନ୍ତି। ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଆଜି କର୍ଣ୍ଣାଟକର ତୁମକୁରୁରେ ଏକ ସାଧାରଣ ସଭାକୁ ସମ୍ବାଧିତ କରିବା ପାଇଁ ପହଞ୍ଚିଥିଲେ।

କର୍ଣ୍ଣାଟକରେ ସମସ୍ତ ରାଜନୈତିକ ଦଳ ବିଧାନସଭା ନିର୍ବାଚନ ପ୍ରଚାରରେ ମାତିଛନ୍ତି। ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଆଜି କର୍ଣ୍ଣାଟକର ତୁମକୁରୁରେ ଏକ ସାଧାରଣ ସଭାକୁ ସମ୍ବାଧିତ କରିବା ପାଇଁ ପହଞ୍ଚିଥିଲେ। ରାହୁଲ ଯେତେବେଳେ ସଭାକୁ ସମ୍ବୋଧିତ କରୁଥିଲେ, ସେହି ସମୟରେ ଏମିତି କିଛି ଘଟଣା ଘଟିଥିଲା, ଯାହାଫଳରେ ସେ କିଛି ସମୟ ପାଇଁ ନିଜ ଭାଷଣ ରୋକି ଦେଇଥିଲେ।

ରାହୁଲ ଗାନ୍ଧୀ ଜନସଭାରେ ଭାଷଣ ଦେବା ସମୟରେ ବିଜେପି ଉପରେ ଖୁବ୍‌ ବର୍ଷୁଥିଲେ। ଏହି ସମୟରେ ମସ୍‌ଜିଦରୁ ଅଜାନ୍‌ ସ୍ୱର ଶୁଣିବା ମାତ୍ରେ ସେ ନିଜ ଭାଷଣ ବନ୍ଦ କରିଦେଇଥିଲେ। ଏହାପରେ ସଭାରେ ଉପସ୍ଥିତ ଲୋକଙ୍କ ପାଟି ଶୁଣାଯିବା ପରେ ସେ ସେମାନଙ୍କୁ ମଧ୍ୟ ଚୁପ୍ ରହିବାକୁ ସଙ୍କେତ ଦେଇଥିଲେ।

କର୍ଣ୍ଣାଟକରେ ନିର୍ବାଚନୀ ରାଲିରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କୁ ବୁଝିବାକୁ ହେବ ଯେ ଏହି ନିର୍ବାଚନ କୌଣସି ଜଣେ ବ୍ୟକ୍ତିଙ୍କର ନୁହେଁ, ଏହା ନରେନ୍ଦ୍ର ମୋଦିଙ୍କର ନୁହେଁ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ସିଏମ୍ ବୋମ୍ମଇ ଏବଂ ବିଏସ୍ ୟେଦିୟୁରପ୍ପାଙ୍କ ନାମ ସୁଦ୍ଧା ନିଅନ୍ତି ନାହିଁ, ସେ କେବଳ ନିଜର ହିଁ ମହିମାମଣ୍ଡନ କରନ୍ତି।