ଆଉ ସଂସଦରେ ଶୁଭିବନି ଜେଟଲୀଙ୍କ ସ୍ବର, କୋହ ଭରା ଚିଠିଲେଖି ଜେଟଲୀଙ୍କ ସ୍ତ୍ରୀଙ୍କୁ ସାନ୍ତ୍ବନା ଦେଲେ ରାହୁଲ ଗାନ୍ଧୀ

ଅରୁଣ ଜେଟ୍ଲୀଙ୍କ ପତ୍ନୀ ସଂଗୀତା ଜେଟ୍ଲୀଙ୍କୁ ଚିଠି ଲେଖି ଦୁଃଖ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ। ଲେଖିଛନ୍ତି, ସଂସଦରେ ଆଉ ତାଙ୍କର ସ୍ୱର ଶୁଭିବନି, କିନ୍ତୁ ତାଙ୍କ ଉପସ୍ଥିତି ଚିର ଦିନ ମନେ ରହିବ। ୪ ଦଶନ୍ଧିର ଉଜ୍ୱଳ କ୍ୟାରିଅର ଭିତରେ ସେ ରାଜନୀତିରେ ଛାପ ଛାଡ଼ି ଯାଇଛନ୍ତି। ଆଜି ସକାଳୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜେଟ୍ଲୀଙ୍କ ପତ୍ନୀଙ୍କୁ ଚିଠି ଲେଖିଥିଲେ । ଏହି ସମୟରେ ଶ୍ରୀମତୀ ଜେଟ୍ଲୀଙ୍କ ଯନ୍ତ୍ରଣା ସେ ଅନୁଭବ କରିପାରୁଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଥିଲେ।