ସେପ୍ଟେମ୍ବର ୮ରୁ ଆମେରିକା ଯାଉଛନ୍ତି ରାହୁଲ ଗାନ୍ଧି, ଛାତ୍ରଛାତ୍ରୀ ଓ ପ୍ରବାସୀ ଭାରତୀୟଙ୍କୁ ଭେଟିବେ

ଆମେରିକା ଯାତ୍ରା କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏହି ଗସ୍ତ ସମୟରେ ସେ ଭାରତୀୟ ସମ୍ପ୍ରଦାୟଙ୍କୁ ଭେଟିବେ । ଏଠାରେ ସେ ଛାତ୍ରଛାତ୍ରୀ ଏବଂ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ । ରାହୁଲଙ୍କର ଏହି ଯାତ୍ରା ସେପ୍ଟେମ୍ବର ୮ରୁ ଆରମ୍ଭ ହୋଇ ୧୦ ପର୍ଯ୍ୟନ୍ତ ରହିବ, ଅର୍ଥାତ୍‌ ୮ ତାରିଖରୁ କଂଗ୍ରେସ ନେତା ୟୁଏସ୍‌ ଗସ୍ତରେ ରହିବେ ।

ସେପ୍ଟେମ୍ବର ୮ରେ ରାହୁଲ ଆମେରିକାର ଡଲାସ୍‌ରେ ପହଞ୍ଚିବେ । ଏଠାରେ ସେ ଭାରତୀୟ ଲୋକଙ୍କ ସହ କଥା ହେବେ । ଡଲାସ୍‌ରୁ ଟେକ୍ସାସ୍‌ ୟୁନିଭର୍ସିଟିର ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ୯ ଏବଂ ୧୦ରେ ସେ ଓ୍ୱାଶିଂଟନ ଡିସିରେ ରହିବେ ।

ନିକଟରେ ଇଣ୍ଡିଆନ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ସାମ୍‌ ପିଟ୍ରୋଡା ସୂଚନା ଦେଇଥିଲେ ଯେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଖୁବ୍‌ ଶୀଘ୍ର ତ୍ରିଦିବସୀୟ ଆମେରିକା ଗସ୍ତରେ ଯିବେ । ପିଏମ୍‌ ମୋଦିଙ୍କ ନ୍ୟୁୟର୍କ ଗସ୍ତ ପୂର୍ବରୁ ହିଁ ରାହୁଲ ଆମେରିକା ଯିବେ ।

ଏହା ପୂର୍ବରୁ ଗତବର୍ଷ ଜୁନ୍‌ରେ ମଧ୍ୟ ଆମେରିକା ଯାଇଥିଲେ ରାହୁଲ ଗାନ୍ଧି । ସେ ସାନ୍‌ ଫ୍ରାନ୍ସିସ୍‌କୋରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ଏବଂ ଏକ ପ୍ରେସ୍‌ କନ୍‌ଫେରେନ୍ସକୁ ସମ୍ବୋଧିତ କରିଥିଲେ । ୨୦୨୩ ମାର୍ଚ୍ଚରେ ରାହୁଲ ବ୍ରିଟେନ ଯାତ୍ରା କରିଥିଲେ । ସେଠାରେ ସେ କେମ୍ବ୍ରିଜ୍‌ ସମେତ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

You might also like