ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ରେଡ୍ : ଡୋନାଲ୍ଡ ଟ୍ରମ୍ପ କହିଲେ, ୨୦୨୪ ନିର୍ବାଚନ ନ ଲଢ଼ିବାକୁ କରାଯାଉଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌ । ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ ବା FBI ପକ୍ଷରୁ ଚାଲିଛି ରେଡ୍‌ । ଫ୍ଲୋରିଡା ସ୍ଥିତ ଘର, ଫାର୍ମ ହାଉସ୍‌ ଓ ରିସୋର୍ଟରେ ରେଡ୍‌ କରାଯାଉଛି । ହ୍ଵାଇଟ ହାଉସ୍‌ରୁ କାଗଜପତ୍ର ନେଇଥିବା ଅଭିଯୋଗରେ ରେଡ୍‌ କରାଯାଉଛି । ଫ୍ଲୋରିଡା ସ୍ଥିତ ପାମ ବିଚ୍‌ରେ ଥିବା ମୋ ସୁନ୍ଦର ଘର ମାର-ଏ-ଲାଗୋରେ ରେଡ କରୁଛି FBI ବୋଲି କହିଛନ୍ତି ଟ୍ରମ୍ପ। ତାଙ୍କୁ ନଜଣାଇ ରେଡ୍‌ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ଏହା ଆମେରିକା ପାଇଁ କଳା ଦିନ । ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି ପୂର୍ବରୁ କେବେ ହୋଇନଥିଲା । ସେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁଥିଲେ ମଧ୍ୟ ରେଡ୍‌ କରାଯାଉଛି। ୨୦୨୪ ର୍ନିବାଚନ ନ ଲଢିବାକୁ ଏପରି ଷଡ଼ଯନ୍ତ୍ର କରାଯାଉଥିବା କହିଛନ୍ତି ଟ୍ରମ୍ପ।

ଏହା ସହ ଟ୍ରମ୍ପ କହିଛନ୍ତି, ଏହା ଆମେରିକା ପାଇଁ କଳା ଦିନ । ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି ପୂର୍ବରୁ କେବେ ହୋଇନଥିଲା । ସେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁଥିଲେ ମଧ୍ୟ ରେଡ୍ କରାଯାଉଥିବା କହିଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.