ରେଲୱେ ବାହାର କଲା ୫୦୦ ପଦବୀ, ଜାଣନ୍ତୁ କେବେ କରିବେ ଆବେଦନ, ପଢ଼ନ୍ତୁ ସବିଶେଷ ତଥ୍ୟ

ରେଲୱେ ନିଯୁକ୍ତି ବୋର୍ଡ ଏବେ ୫୦୦ରୁ ଅଧିକ ପ୍ରାର୍ଥୀଙ୍କୁ ବିଭିନ୍ନ ପଦବୀରେ ଚାକିରି ଦେବାକୁ ଯାଉଛି। ପ୍ରାର୍ଥୀଙ୍କୁ ଯେଉଁ ସବୁ ପଦବୀରେ ନିଯୁକ୍ତି ମିଳିବ, ସେଗୁଡ଼ିକ ହେଉଛି କନିଷ୍ଠ ଯନ୍ତ୍ରୀ, କିରାଣି, ଷ୍ଟେସନ ମାଷ୍ଟର, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ, ଲୋକୋ ଇନ୍ସପେକ୍ଟର ଏବଂ ସିନିୟର ରେସିଡେଣ୍ଟ।

ତେବେ ଇଚ୍ଛକ ପ୍ରାର୍ଥୀ ଆଉ ଡେରି ନ କରି ତୁରନ୍ତ www.indianrailways.gov ୱେବସାଇଟକୁ ଯାଇ ଆବେଦନ କରି ଦିଅନ୍ତୁ। ୫୦୦ ପ୍ରାର୍ଥୀଙ୍କୁ ସେଣ୍ଟ୍ରାଲ ରେଲୱେ, ସାଉଥ୍ ୱେଷ୍ଟର୍ନ ରେଲୱେ, ନର୍ଥ ଇଷ୍ଟ ଫ୍ରଣ୍ଟଇୟର ରେଲୱେ, ୱେଷ୍ଟର୍ନ ରେଲୱେ ଏବଂ ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଲୱେ ଅଧୀନରେ ନିଯୁକ୍ତି ଦିଆଯିବ।

ସେଣ୍ଟ୍ରାଲ ରେଲୱେ:

ଏଠାରେ ଜୁନିୟର ଇଞ୍ଜିନିୟର ଏବଂ ଜୁନିୟର ଟେକ୍ନିକାଲ୍ ଆସୋସିଏଟସ୍ ପାଇଁ ୭ ପଦବୀ ଖାଲି ପଡ଼ିଛି। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୧୯ ଜୁଲାଇ। original DD/Application printout ନେବାର ଶେଷ ତାରିଖ ଜୁଲାଇ ୨୬ ରଖାଯାଇଛି। ସାଧାରଣ ବର୍ଗଙ୍କ ପାଇଁ ବୟସ ସୀମା ୩୩ ବର୍ଷ, ଓବିସିଙ୍କ ପାଇଁ ୩୬ ଏବଂ ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ପାଇଁ ୩୮ ବର୍ଷ ବୟସ ସୀମା ରହିଛି।

train train

ସାଉଥ୍ ୱେଷ୍ଟର୍ନ ରେଲୱେ:

ଏଠାରେ ଜୁନିୟର କ୍ଲର୍କ ସହ ଟାଇପିଷ୍ଟ ପାଇଁ ୧୧୭ ପଦ ଖାଲି ପଡ଼ିଛି। ଏହାସହ ୪୨ ଷ୍ଟେସନ ମାଷ୍ଟର ଏବଂ ୨୦ ଗୁଡସ ଗାର୍ଡ ପଦ ମଧ୍ୟ ଖାଲି ରହିଛି। ଏଥିପାଇଁ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କ ବୟସ ସୀମା ୧୮ରୁ ୪୨ବର୍ଷ ମଧ୍ୟରେ ହୋଇଥିବା ଜରୁରୀ। ଆବେଦନ କରିବାର ଶେଷ ତାରିଖ ରହିଛି ୧୫ ଜୁଲାଇ।

ନର୍ଥ ଇଷ୍ଟ ଫ୍ରଣ୍ଟଇୟର ରେଲୱେ

ଏଠାରେ ନର୍ସିଂ ଅଧୀକ୍ଷକ ବା ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ପାଇଁ ୯ ପଦ ଖାଲି ପଡ଼ିଥିବା ବେଳେ ୨ଟି ସ୍ବାସ୍ଥ୍ୟ ଓ ମ୍ୟାଲେରିଆ ଇନ୍ସପେକ୍ଟର, ଗୋଟିଏ ଲେଖାଏ ଲ୍ୟାବ୍ ଆସିଷ୍ଟାଣ୍ଟ ଓ ଫାର୍ମାସିଷ୍ଟ୍ ଏବଂ ଇସିଜି ଓ ଟେକ୍ନିସିଆନ୍ ପାଇଁ ଗୋଟିଏ ପଦ ଖାଲି ପଡ଼ିଛି। ଇଣ୍ଟରଭ୍ୟୁ ପାଇଁ ଜୁଲାଇ ୧୫ ତାରିଖ ଧାର୍ଯ୍ୟ କରାଯାଇଛି।

ଏହାସହ ପଢ଼ନ୍ତୁ : ମନସୁନରେ ରୋଡ୍ ଟ୍ରିପରେ ଯାଉଛନ୍ତି କି, ତା’ହେଲେ ହାଇୱେରେ ଥିବା ଏହି ସବୁ ଢାବାରେ ଖାଇବାକୁ ଭୁଲନ୍ତୁ ନି

ୱେଷ୍ଟର୍ନ ରେଲୱେ

ଲୋକୋ ଇନ୍ସପେକ୍ଟର(ଇଲେକ୍ଟ୍ରିକାଲ୍) ପାଇଁ ଏଠାରେ ଖାଲି ପଡ଼ିଛି ୯ଟି ପଦ। ସେହିପରି BDTS (ELT) ପାଇଁ ୨, BDTS (DSL) ପାଇଁ ୧, BSR (ELT) ପାଇଁ ୧, UDN (ELT) ପାଇଁ ୩ ଏବଂ NDB (ELT) ପାଇଁ ୨ ପଦବୀ ଖାଲି ରହିଛି। ଏହିସବୁ ପଦବୀ ଲାଗି ଇଚ୍ଛକ ପ୍ରାର୍ଥୀ ଜୁଲାଇ ୧୨ ସୁଦ୍ଧା ଆବେଦନ କରିପାରିବେ। ଏହାଛଡ଼ା ସିନିୟର ରେସିଡେଣ୍ଟ ପାଇଁ ୧୨ ପଦବୀ ରହିଛି। ଏହାର ଇଣ୍ଟରଭ୍ୟୁ ତାରିଖ ୧୧ ଜୁଲାଇ ରଖାଯାଇଛି।

station master

ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଲୱେ

ଏଠାରେ ୯୦ କୋପା ପଦ, ଷ୍ଟେନୋଗ୍ରାଫର(ହିନ୍ଦୀ) ୨୦, ଷ୍ଟେନୋଗ୍ରାଫର(ଇଂଲିଶ) ୨୦, ଫିଟର ୮୦, ଇଲେକ୍ଟ୍ରିସିଆନ୍ ୫୦, ୱେରମ୍ୟାନ୍ ୫୦ ପଦ ଖାଲି ପଡ଼ିଛି। ସେହିପରି ଅନ୍ୟାନ୍ୟ ପଦ ମଧ୍ୟରେ ୬ ମେକାନିକ୍, ୬ ଆରଏସି ମେକାନିକ୍, ୪୦ ୱେଲଡର, ୪୦ ପାଇପ୍ ମିସ୍ତ୍ରୀ, ୧୦ ରାଜମିସ୍ତ୍ରି, ୧୦ ଚିତ୍ରକାର ରହିଥିବା ବେଳେ ବଢ଼େଇ ୧୦, ଯନ୍ତ୍ରଚାଳକ ୧୦, କୁନ୍ଦମିସ୍ତ୍ରୀ ୧୦ ଏବଂ ସିଟ୍ ମେଟାଲ୍ ୱାର୍କର ୧୦ ପଦ ପାଇଁ ଆବେଦନ ଗ୍ରହଣ କରାଯାଇଛି। ୧୫ରୁ ୨୪ ବର୍ଷ ମଧ୍ୟରେ ଥିବା ଇଚ୍ଛକ ପ୍ରାର୍ଥୀ ଜୁଲାଇ ୧୫ ତାରିଖ ସୁଦ୍ଧା ଆବେଦନ କରିପାରିବେ।

Leave A Reply

Your email address will not be published.