ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ !

rain in mumbaiମୁମ୍ବାଇ: ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ମୂଷଳଧାରାରେ ବର୍ଷା ଲାଗିରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଝିପି ଝିପି ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ପାଣି ଜମିବାରୁ ଜାନବାହାନ ଚଳାଚଳ ବ୍ୟାହତ ହୋଇଛି। ସେହିପରି ଲୋକାଲ ଟ୍ରେନ୍ ଚଳାଚଳରେ ବିଳମ୍ବ ହୋଇଛି।

rain in mumbaiପାଗ ଖରାପ ଥିବାରୁ କିଛି ବିମାନକୁ ଡାଇଭର୍ଟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ସାନ୍ତାକ୍ରୁଜ ଓ କୋଲାବାରେ ସବୁଠୁ ଅଧିକ ବର୍ଷା ହୋଇଛି। ସେହିପରି ଦକ୍ଷିଣ ମଧ୍ୟ ମହାରାଷ୍ଟ୍ର, ମରାଠଓ୍ଵାଡା, କୋଙ୍କନ, ଗୋଆରେ ବର୍ଷା ଲାଗି ରହିଛି। ଆସନ୍ତା ୨୮ ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave A Reply

Your email address will not be published.