ଆସନ୍ତାକାଲି ନୂତନ ସଂସଦରେ ସ୍ଥାନ ପାଇବ ରାଜଦଣ୍ଡ, ଲୋକସଭା ବାଚସ୍ପତିଙ୍କ ଆସନ ପାଖରେ ସ୍ଥାପିତ ହେବ

ଆଜ ବାସ ଭବନରେ ଅଧିନମ ମଠ ମହନ୍ତଙ୍କୁ ଭେଟିବା ସହ ଆର୍ଶୀବାଦ ନେଇଥିଲେ ମୋଦି । ଏପଟେ ଉଦଘାଟନ ପୂର୍ବରୁ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ପାର୍ଲାମେଣ୍ଟ ବିଲ୍‌ଡିଂ। ଜଗିଛନ୍ତି ୭୦ ଜଣ ପୋଲିସ କର୍ମଚାରୀ ।

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାଜଦଣ୍ଡ । ରାଜଦଣ୍ଡ ହସ୍ତାନ୍ତର କଲେ ଅଧିନମ ମଠ ମହନ୍ତ । ଆସନ୍ତାକାଲି ରାଜଦଣ୍ଡ ନୂତନ ସଂସଦରେ ସ୍ଥାନ ପାଇବ । ଲୋକସଭା ବାଚସ୍ପତିଙ୍କ ଆସନ ପାଖରେ ଏହା ସ୍ଥାପିତ ହେବ । ଏହାପୂର୍ବରୁ ନିଜ ବାସ ଭବନରେ ଅଧିନମ ମଠ ମହନ୍ତଙ୍କୁ ଭେଟିବା ସହ ଆର୍ଶୀବାଦ ନେଇଥିଲେ । ଏପଟେ ଉଦଘାଟନ ପୂର୍ବରୁ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ପାର୍ଲାମେଣ୍ଟ ବିଲ୍‌ଡିଂ। ଜଗିଛନ୍ତି ୭୦ ଜଣ ପୋଲିସ କର୍ମଚାରୀ ।

ଏସିପି ର‍୍ୟାଙ୍କର ଅଧିକାରୀମାନେ ସିସିଟିଭିରେ ନଜର ରଖିଛନ୍ତି। ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂ ପୋଲିସର ୨୪ ଘଣ୍ଟିଆ ନଜରରେ ରହିବ । ଏଭିତରେ ସଂସଦର ନୂଆ ବିଲ୍ଡିଂର ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଉଦଘାଟନୀ ଉତ୍ସବକୁ ବୟକଟ କରିଥିବା ଜେଡିୟୁ ଆସନ୍ତାକାଲି ସାରା ଦେଶରେ ଅନଶନ କରିବ ।

 

Leave A Reply

Your email address will not be published.