କ୍ରାଇମବ୍ରାଞ୍ଚର ବଡ ଖୁଲାସା, ୯ କୋଟିରେ ୧୧୯ଟି ପର୍ଣ୍ଣ ଭିଡିଓକୁ ବିକ୍ରି ପାଇଁ ରହିଥିଲା ଯୋଜନା
୨ ମାସରୁ ଅଧିକ ସମୟ ଜେଲରେ କାଟିବା ପରେ ରାଜଙ୍କୁ ଗତକାଲି ଜାମିନ ମିଳିଛି । ଜେଲରୁ ବାହାରିଛନ୍ତି ଶିଳ୍ପାଙ ପତି ରାଜ। ଏହା ମଧ୍ୟରେ ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ବଡ ଖୁଲାସା କରିଛି। ଯେଉଁଥିରେ କ୍ରାଇମବ୍ରାଞ୍ଚ କହିଛି କି, ରାଜ କୁନ୍ଦ୍ରାଙ୍କ ମୋବାଇଲ, ଲାପଟପ ଏବଂ ହାର୍ଡ ଡିସ୍କରୁ ୧୧୯ଟି ଅଶ୍ଳୀଳ ଭିଡିଓ ମିଳିଛି। ଏହି ଭିଡିଓକୁ ୯ କୋଟି ଟଙ୍କାରେ ବିକ୍ରି ହେବା ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଥିଲା। ଏହାସହିତ ରାଜକୁନ୍ଦ୍ରାଙ୍କ ସହଯୋଗୀ ପ୍ରଦୀପ ବକ୍ସୀଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ମଧ୍ୟ ଜାରି କରାଯାଇଛି।
#WATCH | Businessman Raj Kundra released from Arthur Road Jail in Mumbai. He was granted bail by a Mumbai court yesterday in connection with pornography case. pic.twitter.com/NUU2mQvVbK
— ANI (@ANI) September 21, 2021
ଅଶ୍ଳୀଳ ସିନେମା ମାମଲାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗତକାଲି ମିଳିଥିଲା ଜାମିନ । ୫୦ ହଜାର ଟଙ୍କା ମୁଚାଲିକାରେ ମାଜିଷ୍ଟ୍ରେଟ କୋର୍ଟ ରାଜଙ୍କୁ ଜାମିନ ପ୍ରଦାନ କରିଥିଲେ । ଗତ ଗୁରୁବାର ମୁମ୍ବାଇ ପୁଲିସ କୁନ୍ଦ୍ରାଙ୍କ ବିରୋଧରେ ୧୪ଶହ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାୟର କରିଥିଲା । ଯାହାକୁ ବିରୋଧ କରି ଶନିବାର ପୁଣିଥରେ ବେଲ୍ ପାଇଁ ଆବେଦନ କରିଥିଲେ ରାଜ କୁନ୍ଦ୍ରା । ସେ ଅଶ୍ଳୀଳ ସିନେମା ପ୍ରସ୍ତୁତ କରୁଥିବାର ପୁଲିସ ପାଖରେ ସେଭଳି କୌଣସି ଠୋସ୍ ପ୍ରମାଣ ନାହିଁ । ଏହାପରେ ସୋମବାର ମୁମ୍ବାଇ କୋର୍ଟ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।