ସାଂଘାତିକ ଲଜ୍ଜା : ଏଠାରେ ଲୋନ ସୁଝିବା ପାଇଁ ନିଲାମ ହୁଅନ୍ତି ଝିଅ, ମା’ଙ୍କ ସହ କରାଯାଏ ଦୁଷ୍କର୍ମ

ନୂଆଦିଲ୍ଲୀ : ଏମିତି କିଛି ଖବର ଯାହାକୁ ଶୁଣିଲେ ଲଜ୍ଜାରେ ମୁଣ୍ଡ ନଇଁଯାଏ । ଦେଶରେ ଏମିତି କିଛି ଜାଗା ଅଛି ଯେଉଁଠି ଝିଅମାନଙ୍କୁ ଘରର ଲୋନ ସୁଝିବା ପାଇଁ ବିକ୍ରି କରାଯାଏ । ଖାଲି ସେତିକି ନୁହେଁ, ପଞ୍ଚାୟତ ମୁଖିଆଙ୍କ ନିର୍ଦ୍ଦେଶ କ୍ରମେ ଲୋନ ସୁଝିବା ପାଇଁ ଝିଅର ମା’ଙ୍କ ସହ କରାଯାଇଥାଏ ଦୁଷ୍କର୍ମ । ଏଭଳି ଏକ ଘଟଣା ନିକଟରେ ବହୁ ଗଣମାଧ୍ୟମର ଶିରୋନାମା ସାଜିଥିଲା । ଯାହାକୁ ନେଇ ଜାତୀୟ ମହିଳା କମିଶନ ଏକ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଯାଞ୍ଚ ପାଇଁ ମଧ୍ୟ ଏକ ଟିମ ଗଠନ କରିଛନ୍ତି ।

ସୂଚନା ଅନୁଯାୟୀ ରାଜସ୍ଥାନ ଭିଲଓ୍ଵାଡାର କିଛି ବସ୍ତିରେ ଏପରି କାମ ହେଉଥିବାଅଭିଯୋଗ ଆସିଥିଲା । ଝିଅମାନଙ୍କୁ ଖରାପ କାମ ପାଇଁ ଷ୍ଟାମ୍ପ ପେପରରେ ବିକ୍ରି କରିଦିଆଯାଏ । ଏମିତି କିଛି ବି ମାମଲା ଆସିଛି ଯେଉଁଠି ବିବାଦକୁ ମେଣ୍ଟାଇବା ପାଇଁ ପଞ୍ଚାୟତ ମୁଖିଆଙ୍କ ନିର୍ଦ୍ଦେଶରେ ଝିଅର ମା’ଙ୍କ ସହ ଦୁଷ୍କର୍ମ ବି କରାଯାଇଥାଏ । ଏ ସମ୍ପର୍କରେ ମହିଳା ଆୟୋଗ ଖୋଳ ତାଡ ଆରମ୍ଭ କରିଛି । ଏହାର ଯାଞ୍ଚ ପାଇଁ ଦୁଇ ଜଣିଆ ଟିମ ଗଠନ କରିଛି ।

ଭିଲଓ୍ଵାଡା ମାମଲାର ଯାଞ୍ଚ ପାଇଁ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମ୍ମା ରାଜସ୍ଥାନ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ରେଖା ଶର୍ମ୍ମା ରାଜସ୍ଥାନ ପୁଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଏହାର ପ୍ରାଥମିକ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଏଥିସହ ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗର ଅଧ୍ୟକ୍ଷ ପ୍ରିୟଙ୍କା କାନୁନଗୋ ଅଭିଯୋଗର ଗଭୀରତା ଜାଣିବା ପାଇଁ ୭ ନଭେମ୍ବରକୁ ଭିଲଓ୍ଵାଡା ଯିବେ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.