ରାଜସ୍ଥାନ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ , ଶପଥ ନେଲେ ୨୩ ଜଣ ନୂଆ ମନ୍ତ୍ରୀ

ରାଜସ୍ଥାନ(କେନ୍ୟୁଜ୍) : ରାଜସ୍ଥାନ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ । ଶପଥ ନେଲେ ୨୩ ଜଣ ନୂଆ ମନ୍ତ୍ରୀ । ଏମାନଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ କ୍ୟାବିନେଟ୍ ଓ ୧୦ ଜଣ ରାଷ୍ଟ୍ରମନ୍ତ୍ରୀ । ଜୟପୁରରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ରାଜ୍ୟପାଳ କଲ୍ୟାଣ ସିଂହ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଗତ ସୋମବାର ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହଲଟ୍ ଓ ଉପମୁଖ୍ୟମନ୍ତ୍ରୀ ଭାବେ ସଚିନ ପାଇଲଟ୍ ଦାୟିତ୍ୱ ନେଇଥିଲେ । ବିଧାନସଭା ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଓ ସହଯୋଗୀ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି ।