ରାଜସ୍ଥାନ : ବିବାହ ଉତ୍ସବରେ ଯୋଗ ଦେବାକୁ ଆସି ଗଣଦୁଷ୍କର୍ମର ଶିକାର ହେଲା ୧୭ ବର୍ଷୀୟ ନାବାଳିକା, ୯ ଗିରଫ

ରାଜସ୍ଥାନର ଝାଲାବାଡ଼ ଜିଲ୍ଲାରେ ପୁଣି ଲଜ୍ୟାଜନକ ଘଟଣା । ୧୭ ବର୍ଷୀୟ ନାବାଳିକାକୁ ୯ ଜଣ ଯୁବକଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରିଛି ପୋଲିସ । ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ନାବାଳକ ସହିତ ୯ଜଣଙ୍କୁ ଗିରଫ କରିଛି ।
ଖବର ମୁତାବକ, ଗତ ମଙ୍ଗଳବାର ରାତିରେ ଗାଁକୁ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଆସିଥିବା ୧୭ ବର୍ଷୀୟ ନାବାଳିକା ଜଣ ଶୌଚ ହେବା ପାଇଁ ବିଲକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତମାନେ ନାବାଳିକାକୁ ଧରି ନେଇ ଏକ ଶୂନଶାନ ଜାଗାକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଏହାପରେ ନାବାଳିକାକୁ ଛାଡି ଦେଇଥିଲେ । ନାବାଳିକା ଜଣକ ଘରେ ଆସି ଏସବୁ କହିଥିଲେ । ଘର ଲୋକ ଏନେଇ ଥାନାରେ ଅଭିଯୋଗ କରିଥିଲେ ।
ଏହି ମାମଲାରେ ଡିଏସପି ବ୍ରିଜେଶ କୁମାର କହିଛନ୍ତି, ପୀଡିତା ଜଣକ ଅଭିଯୋଗ କରିବା ପରେ ଭାରତୀୟ ନ୍ୟା ସଂହିତା ଏବଂ ଯୌନ ଅପରାଧରୁ ପିଲାଙ୍କୁ ସଂରକ୍ଷଣ ଅଧିନିୟକ ଧାରା ଅଧିନରେ ମାମଲା ଦାୟର କରାଯାଇଛି । ଅଭିଯୁକ୍ତଙ୍କ ପରିଚୟ ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କୁ ଶୁକ୍ରବାର ଦିନ ପୋକସୋ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି । ନାବାଳକ ଅଭିଯୁକ୍ତକୁ କିଶୋର ନ୍ୟାୟ ବୋର୍ଡ ନିକଟରେ ହାଜର କରାଯାଇଛି । ଏହାପରେ ତାଙ୍କୁ କିଶୋର ଆଶ୍ରମ ଗୃହ ପଠାଇବାକୁ ଆଦେଶ ଦିଆଯାଇଛି । ତେବେ ଯାଞ୍ଚରୁ ଜଣାପଡିଛି ଯେ, ପୀଡିତା ଜଣକ କିଛି ଅଭିଯୁକ୍ତଙ୍କ ସହିତ ଜଣାଶୁଣା ଥିଲା । ପୋଲିସ ମାମଲାର ଯାଞ୍ଚ କରୁଛି ।
Also Read : ହସ୍ପିଟାଲ ସାଜିଲା ବାହାବେଦୀ, କନ୍ୟାକୁ କୋଳରେ ଧରି ସାତ ଫେରା ମାରିଲେ ବର