ବେହୋସ ନକରି ଡାକ୍ତର କଲେ ବ୍ରେନ ଅପରେସନ୍, ରୋଗୀ ପଢ଼ୁଥିଲେ କୋରାନ୍

ଅଜମେର : ମନୁଷ୍ୟ ଯେକୌଣସି ଅସୁବିଧାରେ ପଡ଼ିଲା ମାତ୍ରେ ତାଙ୍କୁ ଠାକୁରଙ୍କ କଥା ମନେ ପଡିଥାଏ। ଏମିତି ଜଣେ ବ୍ୟକ୍ତି ରାଜସ୍ଥାନ ବିକାନେରରେ ନଜର ଆସିଛନ୍ତି। ଯେଉଁଠାରେ ଅସ୍ତ୍ରପଚାର ସମୟରେ ଜଣେ ବ୍ୟକ୍ତି କୋରାନ ପଢ଼ୁଥିବାର ନଜର ଆସିଛି।

ନିଶ୍ଚିତ ପଢ଼ନ୍ତୁ : ଭାଲେଣ୍ଟାଇନ ଡ଼େରେ ଶପଥ ନେବେ ୧୦ହଜାର ଛାତ୍ରଛାତ୍ରୀ, ପିତାମାତାଙ୍କ ଅନୁମତି ବିନା କରିବେନାହିଁ ପ୍ରେମ…

ଏକ ଘରୋଇ ଡାକ୍ତରଖାନାରେ କରାଯାଇଥିବା ଏହି ଅସ୍ତ୍ରପଚାର ବାସ୍ତବରେ ସୃଷ୍ଟି କରିଛି ଉଦାହରଣ। କାରଣ ରୋଗୀଙ୍କ ଅସ୍ତ୍ରପଚାର ସମୟରେ ତାଙ୍କୁ କୌଣସି ଅଚେତ ଇଞ୍ଜକସନ ଦିଆଯାଇନଥିବା ବେଳେ ସେ କୋରାନ ପଢ଼ୁଥିବା ନଜର ଆସିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି।

operation 2

ମିଳିଥିବା ସୂଚନା ମୁତାବକ, ଅବଦୁଲ୍ଲା ନାମକ ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିଲା। ଫଳରେ ତାଙ୍କୁ କମ ଶୁଣା ଯାଉଥିଲା। ଯାହାପରେ ସେ ନ୍ୟୁରୋସର୍ଜନ ଡାକ୍ତର ସୁର‌୍ୟ୍ୟ ଚୌଧୁରୀଙ୍କ ନିକଟରେ ପହଞ୍ଚିଥିଲେ। ଯେଉଁଠାରେ ଡାକ୍ତର ତାଙ୍କୁ ବିନା ଅଚେତ କରି ଅସ୍ତ୍ରପଚାର କରିଥିଲେ। ସେ କୋରନ ପଢ଼ି ସର୍ଜରୀ କରିଥିବା ବେଳେ ତାହା ସଫଳ ଭାବେ ମଧ୍ୟ ହେଲା।