ରାଜସ୍ଥାନ ରାଜନୀତିରେ ହଲଚଲ, ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ କିରୋଡୀ ଲାଲ ମୀଣା

ରାଜସ୍ଥାନ ରାଜ୍ୟ ଗ୍ରାମ୍ୟ ବିକାଶ ଓ କୃଷି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କିରୋଡ଼ୀ ଲାଲ ମୀଣା । ଶ୍ରୀ ମୀଣା ୧୦ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । କଂଗ୍ରେସ ନେତାମାନେ ଲଗାତର ଭାବେ ଶ୍ରୀ ମୀଣାଙ୍କ ଇସ୍ତଫା ଦାବି କରି ଆସୁଥିଲେ । ତେଣୁ ମୀଣା କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

କିରୋଡୀ ଲାଲ ମୀଣା ରାଜସ୍ଥାନରେ ବିଜେପି ସରକାର କୃଷି ଓ ଗ୍ରାମ୍ୟ ବିକାଶ ବିଭାଗ ଦାୟିତ୍ୱରେ ଥିଲେ । ଲୋକସଭା ନିର୍ବାଚନ ୨୦୨୪ରେ ରାଜସ୍ଥାନରେ ବିଜେପିର ଖରାପ ପ୍ରଦର୍ଶନ ପରେ ତାଙ୍କ ଇସ୍ତଫା ଆକଳନ କରାଯାଉଥିଲା ।

ତେବେ ମୀଣା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାକୁ ନେଇ ସଙ୍କେତ ଦେଇଥିଲେ । ତେବେ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇନାହିଁ ।

ସୂଚନାଯୋଗ୍ୟ, ମୀଣା ରାଜ୍ୟସଭା ସାଂସଦ ଥିଲେ । ପୂର୍ବରୁ ୨ ଥର ଲୋକସଭା ସାଂସଦ ରହିଛନ୍ତି ମୀଣା । ଏହାପୂର୍ବରୁ ୫ ଥର ବିଧାୟକ ରହିଛନ୍ତି । ପୂର୍ବ ରାଜସ୍ଥାନର ୭ଟି ଆସନରୁ ଯଦି ବିଜେପି ଗୋଟିଏ ଆସନରେ ପରାଜୟ ପାଏ ଦେବେ ସେ ଇସ୍ତଫା ଦେବେ । ତେବେ ସେ ଇସ୍ତଫା ଦେବେ ବୋଲି ନିର୍ବାଚନ ସମୟରେ ଶ୍ରୀ ମୀଣା କହିଥିଲେ । ଦୌସା ଆସନରୁ ବିଜେପି ପରାଜୟ ବରଣ କରିଥିଲା ।

ବିଜେପି ଉକ୍ତ ୭ଟି ଆସନ ମଧ୍ୟରୁ ୪ଟିରେ ହାରିଯାଇଥିଲା । ସେଥିମଧ୍ୟରେ ଦୌସା, କରୌଲୀ-ଧୌଲପୁର, ଟୋଙ୍କ-ସବଈ ମାଧୋପୁର ଓ ଭରତପୁର ଆସନ ସାମିଲ ରହିଛି । ତେବେ ମୀଣା ଇସ୍ତଫା ଦେବାର ଦୁଇଦିନ ପୂର୍ବରୁ ଦିଲ୍ଲୀ ଯାଇଥିଲେ ।