ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ରାଜସ୍ଥାନର ସବୁ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ଗେହଲଟ ମନ୍ତ୍ରୀମଣ୍ଡଳର ସବୁ ମନ୍ତ୍ରୀ। ଆସନ୍ତା କାଲି ୪ଟା ବେଳେ ରାଜସ୍ଥାନ ସରକାରରେ କ୍ୟାବିନେଟ୍‌ ପୁନର୍ଗଠନ ହେବାର ସମ୍ଭାବନା ଅଛି। ଏହା ପୂର୍ବରୁ ଇସ୍ତଫା ଦେଇଛନ୍ତି ସବୁ ମନ୍ତ୍ରୀ।

ଆସନ୍ତାକାଲି ଦଳର ସମସ୍ତ ନେତା ଓ ବିଧାୟକମାନେ ଅପରାହ୍ନ ୨ଟାରେ ଦଳୀୟ କାର୍ଯ୍ୟାଳୟରେ ଏକଜୁଟ ହେବେ । ଏହାସହ ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ସନ୍ଧ୍ୟା ୪ଟାରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ମନ୍ତ୍ରୀ ପରିଷଦର ବୈଠକ ପରେ ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚରିୟାବାସ ଏହି ସୂଚନା ଦେଇଛନ୍ତି। ଖାଚରିୟାବାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗେହ‌ଲଟଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

Leave A Reply

Your email address will not be published.