ତୃତୀୟ ଥର ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ଭାବେ ସଚିନ ପାଇଲଟଙ୍କ ଶପଥ

ରାଜସ୍ଥାନ(କେନ୍ୟୁଜ୍) : ଦେଶର ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜସ୍ଥାନରେ କଂଗ୍ରେସ ସରକାର। ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ଭାବେ ସଚିନ ପାଇଲଟ ଶପଥ ନେଇଛନ୍ତି । ଆଲବର୍ଟ ଗ୍ରାଉଣ୍ଡ ହଲରେ ଅନୁଷ୍ଠିିତ ସମାରୋହରେ ରାଜ୍ୟପାଳ କଲ୍ୟାଣ ସିଂହ ଉଭୟଙ୍କୁ ପଦ ଓ ଗୋପନୀୟତାର ଶହ ଶପଥ ପାଠ କରାଇଛନ୍ତି । ପୂର୍ବରୁ ୧୯୯୮ରୁ ୨୦୦୩ ଓ ୨୦୦୮ରୁ ୧୩ ମସିହା ପର‌୍ୟ୍ୟନ୍ତ ଗେହଲୋଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ । ଉତ୍ସବରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କର୍ଣ୍ଣାଟମ ସିଏମ ଏଚ.ଡି.କୁମାରସ୍ୱାମୀ, ନ୍ୟାସନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା, ଏନସିପି ମୁଖ୍ୟ ଶରଦ ପାଓ୍ଵାର, ଆରଜେଡି ନେତା ତେଜସ୍ୱୀ ଯାଦବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଯୋଗ ଦେଇଥିଲେ । ତେବେ ଉତ୍ସବରେ ବିଏସ୍‌ପି ମୁଖ୍ୟ ମାୟାବତୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାବଦ ଅନୁପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like