ଦେଶ ବିଦେଶ

ସରକାରଙ୍କ ବଡ଼ ଘୋଷଣା: ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର ଓ ରୋଷେଇ କିଟ୍

ନୂଆଦିଲ୍ଲୀ : ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା । ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର। ବିପିଏଲ ଓ ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ ପରିବାରଙ୍କ ପାଇଁ ଆଶ୍ୱସ୍ତି । ଏପ୍ରିଲ ପହିଲାରୁ ରାଜସ୍ଥାନରେ ରନ୍ଧନ ଗ୍ୟାସ୍‌ ବା ଏଲ୍‌ପିଜି ଦର ୫୦୦ ଟଙ୍କା ହେବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ସାରା ଦେଶରେ ଗ୍ୟାସ ଦର ଲୋକଙ୍କୁ କନ୍ଦାଇ ଦେଇଥିବାବେଳେ ରାଜସ୍ଥାନ ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ଏହି ଖୁସି ଖବର।

ଏବେ ସାରା ଦେଶରେ ତଥା ଆମ ରାଜ୍ୟରେ ଗ୍ୟାସ୍ ଦର ହଜାରେ ଟଙ୍କା ପରେ ରହିଥିବା ବେଳେ ରାଜସ୍ଥାନରେ ଏପ୍ରିଲ୍‌ରୁ ୫୦୦ ଟଙ୍କାରେ ମିଳିବ ଗ୍ୟାସ । ତେବେ ଏହି ଘୋଷଣା ସମସ୍ତଙ୍କ ପାଇଁ ନୁହେଁ । ଏହା କେବଳ ଗରିବ ଏବଂ ଉଜ୍ଜଳା ଗ୍ୟାସ ଯୋଜନାର ହିତାଧିକାରୀଙ୍କ ପାଇଁ ଉପଲବ୍ଧ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବରିଷ୍ଠ ଅଧିକାରୀମାନେ ଏକ ଢାଞ୍ଚା ପ୍ରସ୍ତୁତ କରୁଛନ୍ତି। ଏଥିସହ ଅଭାବୀ ଲୋକଙ୍କୁ ରୋଷେଇ କିଟ୍ ସାମଗ୍ରୀ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମଧ୍ୟ ଏକ ଯୋଜନା ପ୍ରସ୍ତୁତ କରିବେ ।

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି। ବିଜେପିକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ମାସରେ ବଜେଟ୍ ପାଇଁ ପ୍ରସ୍ତୁତ ହେଉଛି। ବର୍ତ୍ତମାନ, ମୁଁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି ଯେ, ଉଜ୍ଜ୍ୱଳା ଯୋଜନାରେ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଲପିଜି ସଂଯୋଗ ଏବଂ ଗ୍ୟାସ ଚୁଲା ଦେଉଛନ୍ତି । କିନ୍ତୁ ସିଲିଣ୍ଡର ଖାଲି ରହୁଛି। କାରଣ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୪୦ ଟଙ୍କା ଛୁଇଁଲାଣି।

ତେଣୁ ଆମ ସରକାର ମାତ୍ର ୫୦୦ ଟଙ୍କା ମୂ ଲ୍ୟରେ ବର୍ଷକୁ ୧୨ଟି ସିଲିଣ୍ଡର ଯୋଗାଇ ଦେବା ନେଇ ନିଷ୍ପତ୍ତି ନେଇଛି’ । ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ଥିବା ବେଳେ ପ୍ରତ୍ୟେକ ଦଳ ଏବେ ଠୁ ରାଜ୍ୟବାସୀଙ୍କ ମନ ଜିଣିବା ଆରମ୍ଭ କରି ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ଘୋଷଣା ପରେ ବେଶ ଖୁସି ଅଛନ୍ତି ବିପିଏଲ ପରିବାର ।

Barsha

Recent Posts

ସର୍ଜରୀ ପରେ ସାମ୍ନାକୁ ଆସିଲା ରାଖୀଙ୍କ ପ୍ରଥମ ଭିଡିଓ, କଷ୍ଟ ଅନୁଭବ କରୁଥିବାର ଆସିଲେ ନଜର

ଆଜିକାଲି ରାଖୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାଖୀ ସାୱନ୍ତଙ୍କୁ…

43 seconds ago

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

29 mins ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

45 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

1 hour ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

2 hours ago