ହସ୍ପିଟାଲ ନେବା ବାଟରେ ହେଲା ପ୍ରସବ ପୀଡ଼ା, ରାସ୍ତା ଉପରେ ବେଡ଼ସିଟ୍ ଟାଙ୍ଗି ଡେଲିଭରି କରାଇଲେ ପୋଲିସ; ଦେଖନ୍ତୁ ଭିଡିଓ

ବର୍ତ୍ତମାନ କରୋନା ସ୍ଥିତିରେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ସେତିକି ଜରୁରୀ କାମ ନ ପଡ଼ିଲେ ଲୋକେ ଘରୁ ବାହାରୁନାହାନ୍ତି। ମାତ୍ର ଏଭଳି ସ୍ଥିତିରେ ରାଜସ୍ଥାନର ଜୟପୁରରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଏଠାରେ ରାସ୍ତା ଉପରେ ଜଣେ ମହିଳା ପ୍ରସବ କରିଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ଭାଇରାଲ ହେଉଛି।


ରାଜସ୍ଥାନ ପୋଲିସ ସବକମିଶନର (ପଶ୍ଚିମ) ପ୍ରୀତି ଚନ୍ଦ୍ରା କହିଛନ୍ତି ଯେ ଜୋଧପୁରର ଅଖିଲିଆ ସର୍କଲରେ ମେଡିକାଲ ଯିବା ବାଟରେ ପ୍ରସୂତିଙ୍କୁ ନେଇ ଯାଉଥିବା କାର ଖରାପ ହୋଇଯାଇଥିଲା। ଫଳରେ ଉପାୟ ନ ପାଇ ସେ ଜଣେ ମହିଳା ପୋଲିସ କନେଷ୍ଟବଳଙ୍କ ସହାୟତା ନେଇ ଏକ କାରରେ ଶିଶୁକୁ ଜନ୍ମ ଦେଇଛନ୍ତି।

ପ୍ରୀତି ଚନ୍ଦ୍ରା କହିଛନ୍ତି ଯେ ମେ ୪ରେ ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ପ୍ରସବ ପାଇଁ ଯାଉଥିଲେ। କିନ୍ତୁ ଅଧ ବାଟରେ ତାଙ୍କ ଗାଡ଼ି ଖରାପ ହୋଇଗଲା। ପ୍ରସବ ବେଦନା ଅଧିକ ହେବାରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ମହିଳା ପୋଲିସ ତାଙ୍କ ଡେଲିଭରି କରାଇଥିଲେ। ରାସ୍ତା ଉପରେ ବେଡ଼ସିଟ୍ ଟାଙ୍ଗି ମହିଳା ପ୍ରସବ କରିଥିଲେ।ପରେ ଘଟଣାସ୍ଥଳକୁ ଜଣେ ଡାକ୍ତର ଓ ନର୍ସଙ୍କୁ ଅଣାଯାଇଥିଲା। ମେଡିକାଲ ଷ୍ଟାଫ ପହଞ୍ଚିବା ପରେ ମହିଳା ଓ ନବଜାତକକୁ ନିକଟସ୍ଥ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.