ମନ୍ଦିରରେ ପ୍ରବେଶ କରିବାରୁ ଦଳିତ ନାବାଳିକକୁ ମାଡ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଜଣେ ଦଳିତ ନାବାଳକଙ୍କୁ ମାଡ ମାରିବାର ଭିଡିଓ । ରାଜସ୍ଥାନ ପଲ୍ଲୀ ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା । ନାବାଳକଙ୍କ ହାତ ବାନ୍ଧି କିଛି ଲୋକ ତାକୁ ମାଡ଼ ମାରୁଛନ୍ତି। ରାଜସ୍ଥାନ ପୋଲିସ ଜଣେ ଯୁବତୀଙ୍କୁ ର୍ଦୁବ୍ୟବହାର କରିବା ଅଭିଯୋଗରେ ଦଳିତ ନାବାଳକଙ୍କ ନାଁରେ ମାମଲା ରୁଜୁ କରିଛି। ଅନ୍ୟପଟେ ନାବାଳକ ଜଣକ ହିନ୍ଦ୍‌ୁ ମନ୍ଦିରକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ତାକୁ ସ୍ଥାନୀୟ ଲୋକ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ଆସିଛି ।


ପୋକ୍ସୋ ଆକ୍ଟ ଅନୁସାରେ ନାବାଳକ ନାଁରେ ମାମାଲ ରୁଜୁ ହୋଇଛି, ଘଟଣାର ତଦନ୍ତ ପରେ ସତ୍ୟାସତ ଜଣାପଡିବ ବୋଲି କହିଛନ୍ତି ପୋଲିସ ଅଧିକାରୀ।