ଏମିତି ଏକ ଗାଁ, ଯେଉଁଠାରେ ହୋଲି ଦିନ ସମସ୍ତେ ମିଶି ଛାଡ଼ିଥାନ୍ତି ଖରାପ ଅଭ୍ୟାସ

ରାଜସ୍ଥାନର ନାଗୌର ଜିଲ୍ଲାରେ ଅବସ୍ଥିତ ଦୁଇଟି ଗାଁ- ଜରାୱତାବାଦ ଏବଂ ଇନାଣା। ଏଠାକାର ଯୁବପିଢି ପ୍ରତ୍ୟେକ ବର୍ଷ ହୋଲି ଦିନ ଏକ ଖରାପ ଅଭ୍ୟାସକୁ ପରିତ୍ୟାଗ କରି କିଛି ନୂଆ କରିବା ପାଇଁ ଆହ୍ବାନ କରିଥାନ୍ତି। ଚଳିତ ବର୍ଷ ମଧ୍ୟ କୌଣସି କୁ-ପ୍ରଥା ବା ଖରାପ ଅଭ୍ୟାସକୁ ଗାଁ ରୁ ବାହାର କରିବା ପାଇଁ ନିଷ୍ପତି କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗ୍ରାମରେ ମଦ୍ୟପାନ ଏବଂ ଡିଜେ ବଜାଇବା ଉପରେ କଡା ରୋକ ଲଗାଯାଇଛି। ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଅତିଥିମାନଙ୍କୁ ଗୁଡ଼-ଅଫିମରେ ପ୍ରସ୍ତୁତ ନିଶା ଦ୍ରବ୍ୟ ପ୍ରଦାନ କରିବାରେ ମଧ୍ୟ ରୋକ ଲଗାଯାଇଛି।

holi 1

ପ୍ରତ୍ୟେକ ବର୍ଷ ଏକ କୁ-ପ୍ରଥା ତ୍ୟାଗ କରାଯାଇଥାଏ

ଏହି ଗ୍ରାମରେ ପ୍ରତ୍ୟେକ ବର୍ଷ ହୋଲି ଦିନ ଏକ ସଭା ବସିଥାଏ। ସଭାରେ ଗ୍ରାମରେ ସାମାଜିକ ସୁଧାର ଆଣିବା ପାଇଁ ପରସ୍ପର ମଧ୍ୟରେ ଆଲୋଚନା କରାଯାଇ  ପ୍ରତ୍ୟେକ ବର୍ଷ ଗୋଟିଏ କୁ-ପ୍ରଥାକୁ ରଦ୍ଦ କରାଯାଇଥାଏ। ୭ହଜାର ଲୋକ ବାସ କରୁଥିବା ଏହି ଗ୍ରାମ ପୁରା ଏବେ ଦେଶରେ ଉଦାହରଣ ପାଲଟିଛି। ଏଠାରେ ଧୂମ୍ରପାନ ସାମଗ୍ରୀ, ତବାକୁ ଏବଂ ପାନ-ମସଲା ଉପରେ ରୋକ ଲଗାଯାଇଛି।

୧୯୯୫ ମସିହାରେ ଏହି ଗ୍ରାମରେ ମଦ୍ୟପାନ ଉପରେ ରୋକ ଲଗାଯିବା ସହିତ କୌଣସି ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ବାଣ ଫୁଟାଇବା ଉପରେ ରୋକ ଲଗାଯାଇଥିଲା।

Leave A Reply

Your email address will not be published.